ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଜମିବାଡି ବିବାଦ: ଭାଇକୁ ବାନ୍ଧି ଏସିଡ ମାଡ଼ କଲା ଭାଇ

ଭୁବନ, ୧୧।୧୧ :ପାରିବାରିକ କଳହର କରୁଣ ପରିଣତି । ଭାଇକୁ ବାନ୍ଧି ଏସିଡ ପକାଇଲେ ଭାଇମାନେ । ଏପରି ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ବାଲିବୋ ପଞ୍ଚାୟତର ଲତାବିଲ ଗ୍ରାମରେ। ଭୁବନ ବ୍ଲକ ବାଳିବୋ ପଞ୍ଚାୟତ ଅନ୍ତର୍ଗତ ର୍  ଲତାବିଲ ସାହି ରେ ପାରିବାରିକ କଳହକୁ ନେଇ  ଏସିଡ ମାଡ ହୋଇଥିବା ଜଣାପଡିଛି ।  ଲତାବିଲ ଗ୍ରାମର ଯୋଗୀ ନାୟକଙ୍କ ସାନପୁଅ ଭାଗିନ ନାୟକ (୪୦) ରାତି ପ୍ରାୟ ୧୦ଟା ବେଳେ ଏ ସି ଡି ମାଡ ହୋଇଥିବା ଜଣାପଡିଛି । 

ଭାଗିନ ସୁରପ୍ରତାପ ପୁର ଗ୍ରାମରେ ଶଶୁର ଘରେ ରୁହନ୍ତି । ସ୍ତ୍ରୀ ବାପ ଘରେ ଥିବା ବେଳେ ଭାଗିନ ନିଜ ଗାଁ କୁ ଆସିଥିଲେ ।  ତେବେ ଭାଗିରଥି ଦୀର୍ଘ୍ ଦିନ ହେବ ଭାଇମାନଙ୍କୁ ଘରର ପଟ୍ଟା ମାଗୁଥିଲେ । ତେବେ ଭାଇମାନେ ନଦେବାରୁ ଆଜି ପରିବାର ମଧ୍ୟରେ ଝଗଡା ହୋଇଥିଲା । ଭାଇମାନେ ପଟ୍ଟା ଦେବା ପରିବର୍ତ୍ତେ ଗିରିଧାରୀଙ୍କୁ ବାନ୍ଧି ଏସିଡ ପକାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଭାଗିରଥିଙ୍କୁ ଭୁବନ ଡାକ୍ତର କଟକ ସ୍ଥାନାନ୍ତର କରିଥିବାବେଳେ ତାଙ୍କର ସମ୍ପର୍କିୟ ନଥିବାରୁ ଏବେ ପର୍ଯ୍ୟନ୍ତ ମେଡିକାଲ ବେଡରେ ପଡି ଛଟପଟ ହେଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.