ପ୍ରମୂଖ ଖବର
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ବିପଦରେ ବିଏସ୍‌ଏନ୍ଏଲ ୟୁଜରଙ୍କ ସମ୍ବେଦନଶୀଳ ଡାଟା, ଡାର୍କ ଓ୍ବେବ୍‌ରେ ବିକ୍ରି କଲେ ହ୍ୟାକର

ନୂଆଦିଲ୍ଲୀ,୨୬।୬: ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍‌ଏନ୍‌ଏଲ)ର ଡାଟା  ବ୍ରିଚ୍।ଫଳରେ ଲକ୍ଷ ଲକ୍ଷ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଏବେ ବିପଦରେ ରହିଛି।  ୟୁଜରଙ୍କ ଉପରେ ଫ୍ରଡଠାରୁ ନେଇ ସିମ୍ କ୍ଲୋନିଂ ଭଳି ବିପଦ ସୃଷ୍ଟି ହୋଇଛି। ଏଥୋନିୟନ୍ ଟେକ୍ ଦ୍ବାରା ଜାରି ଏକ ଥ୍ରେଟ୍ ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁସାରେ, ବିଏସ୍‌ଏନ୍‌ଏଲର ଡାଟା ଲିକ୍‌ kiberphant0m ନାମକ ଜଣେ ହ୍ୟାକର କରିଛି। ହ୍ୟାକର ହାତରେ ବିଏସ୍‌ଏନ୍‌ଏଲର ବହୁ ମାତ୍ରାରେ ସମ୍ବେଦନଶୀଳ ଡାଟା ଲାଗିଛି। ସମ୍ବେଦନଶୀଳ ଡାଟା ଏତେ ଅଧିକ ଯେ, ବାହାରକୁ ଆସିବା ଫଳରେ ଲକ୍ଷାଧିକ ଲୋକ ବିପଦରେ ପଡି ପାରନ୍ତି।

ହ୍ୟାକରଙ୍କ ଦ୍ବାରା ଚୋରା ଯାଇଥିବା ଡାଟାରେ ଇଣ୍ଟରନ୍ୟାସନାଲ ମୋବାଇଲ ସବସ୍କ୍ରାଇବର ଆଇଡେଣ୍ଟିଟି (ଆଇଏମ୍‌ଏସ୍‌ଆଇ) ନମ୍ବର, ସିମ୍ କାର୍ଡ ଇନଫରମେସନ୍, ହୋମ୍ ଲୋକେସନ୍ ରେଜିଷ୍ଟର (ଏଚ୍‌ଏଲଆର) ଡିଟେଲ, ଡିପି କାର୍ଡ ଡାଟା, ବିଏସ୍‌ଏନ୍‌ଏଲ ସୋଲାରିସ୍ ସର୍ଭରର ସ୍ନାପଚାଟ୍‌ ଆଦି ସାମିଲ ରହିଛି। ଚୋରି ହୋଇଥିବା ଡାଟାର ସାଇଜ୍ ୨୭୮ ଜିବିରୁ ଅଧିକ। ଏହି ହ୍ୟାକିଂ ପାଇଁ ହ୍ୟାକର ନିଜକୁ ଦାୟୀ କରିଛି ଓ ଏହାର  ପ୍ରମାଣ  ଦେବା ପାଇଁ ଡାଟା ସାମ୍ପାଲ ପ୍ରଦାନ କରିଛି।

ଆଇଏମ୍‌ଏସ୍‌ଆଇ ଓ ସିମ୍ ଡିଟେଲ୍ ସିମ୍ କାର୍ଡ ଅପରେସନ୍ ସମ୍ପର୍କିତ ସମ୍ବେଦନଶୀଳ ସୂଚନା ମିଳିଛି। ଏହା ବାହାରକୁ ଆସିବା ଫଳରେ ସିମ୍‌ର କ୍ଲୋନ୍‌ ତିଆରି କରାଯିବାର ବିପଦ ରହିଛି। ଏଚ୍‌ଏଲଆର ଡିଟେଲ୍ ନେଟଓ୍ବର୍କ ଅପରେସନ୍ ଓ ୟୁଜର ଅଥେଣ୍ଟିକେସନ୍ ପାଇଁ ଜରୁରୀ। ୮ ଜିବିର ଡିପି କାର୍ଡ ଡାଟା ଓ ୧୩୦ ଜିବିର ଡିପି ସିକ୍ୟୁରିଟି ଡାଟା ବିଏସ୍‌ଏନ୍‌ଏଲର ସିକ୍ୟୁରିଟି ଡାଟା ନିଜେ ବିଏସ୍‌ଏନ୍‌ଏଲର ସିକ୍ୟୁରିଟି ଇନଫ୍ରା ପାଇଁ ଗୁରୁତ୍ବପୂର୍ଣ୍ଣ। ସୋଲାରିସ୍‌ ସର୍ଭରର ସ୍ନାପଚାଟ୍‌ ବାହାରକୁ ଆସିବା ଫଳରେ ଅପରେସନାଲ ସିକ୍ରେଟ ଖୁଲାସା ହୋଇପାରେ। 

ହ୍ୟାକର ବିଏସ୍‌ଏନ୍‌ଏଲ୍‌ର ସର୍ଭରରୁ ଚୋରାଇଥିବା ଡାଟାକୁ ଡାର୍କ ଓ୍ବେବ୍‌ରେ ବିକ୍ରି କରିବାକୁ ପକାଇଛି। ସେ ଚୋରାଇଥିବା ଡାଟାର ମୂଲ୍ୟ ୫ହଜାର ଡଲାର ଅର୍ଥାତ ଭାରତୀୟ କରେନ୍ସି ଅନୁସାରେ, ୪ ଲକ୍ଷ ୧୭ ହଜାର ଟଙ୍କା ରଖାଯାଇଛି। ହ୍ୟାକରଙ୍କ କହିବା ଅନୁସାରେ, ଏହି ମୂଲ୍ୟ ସ୍ପେଶାଲ ଡିଲ୍ ଅନୁସାରେ ହୋଇଛି। ଆଶଙ୍କା କରାଯାଉଛି ହ୍ୟାକରଙ୍କ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ଡାଟା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.