କଟକ, ୧୨/୦୮ : କଟକରେ ବଡ଼ ଧରଣର ଉଚ୍ଛେଦ ଅଭିଯାନ। କଲେଜ ଛକରେ ଥିବା କଂଗ୍ରେସ ଓ ସିପିଆଇଏମ୍ ଅଫିସରେ ଚାଲିଲା ବୁଲଡୋଜର। ଜବରଦଖଲରେ ଥିବାରୁ କଂଗ୍ରେସ କାର୍ଯ୍ୟାଳୟର ଅନେକ ଅଂଶ ସିଏମସି ପକ୍ଷରୁ ଭଙ୍ଗାଯାଉଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, କଟକ କଲେଜ ଛକ ପିଲଗ୍ରୀମ ରୋଡରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଓ ସିପିଆଇଏମ୍ କାର୍ଯ୍ୟାଳୟ ସହ କିଛି ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏହି ଉଚ୍ଛେଦ ଅଭିଯାନ କରାଯାଉଥିବା ସିଏମସି ତରଫରୁ କୁହାଯାଇଛି। ନଗର କଂଗ୍ରେସ କାର୍ଯ୍ୟାଳୟର ପାଖାପାଖି ୫୦ ପ୍ରତିଶତ ଅଂଶ ସରକାରୀ ଜାଗାରେ ଥିଵାରୁ, ସେହି ଅବୈଧ ନିର୍ମାଣକୁ ଭାଙ୍ଗିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଆକ୍ରୋଶମୂଳକ ଭାବେ ଦଳୀୟ କାର୍ଯ୍ୟାଳୟ ଗୁଡିକୁ ଭାଙ୍ଗି ଦିଆଯାଇଥିବା କଂଗ୍ରେସ ଓ ସିପିଆଇଏମ୍ ଅଭିଯୋଗ କରିଛନ୍ତି।