ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବିରାଟଙ୍କୁ ଗାଙ୍ଗୁଲିଙ୍କ ଉପହାର, ଜନ୍ମଦିନରେ ଭେଟିଦେଲେ ୨୬ ଲକ୍ଷର ଗୋଲ୍ଡନ୍ ବ୍ୟାଟ୍

ମୁମ୍ବାଇ ୦୬/୧୧: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଅବସରରେ ବିରାଟଙ୍କ ଜନ୍ମ ଦିନକୁ  ଧୂମ୍‌ ଧାମରେ ପାଳନ କରିବା ନେଇ କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌  ବେଙ୍ଗଲ (ସିଏବି) ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଥିଲା । ଯଦିଓ  କିଛି କାର୍ଯ୍ୟକ୍ରମକୁ ଏଥିରୁ ଶେଷ ମୁହୂର୍ତ୍ତରେ ବାଦ ଦିଆଯାଇଥିଲା । କାରଣ ଆତସବାଜୀ ଏବଂ ୭୦,୦୦୦ କୋହଲିଙ୍କ କାଗଜ ମୁଖା ବଣ୍ଟନ  ପାଇଁ ପ୍ରଶାସନିକ ଅନୁମତି ମିଳିନଥିଲା । 

କିନ୍ତୁ କୋହଲିଙ୍କ ୩୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ  ସିଏବି ଆଉ ଏକ ଯୋଜନା କରିଥିଲା । ଉପହାର ସ୍ୱରୂପ ତାଙ୍କୁ ଏକ ସୁନାର ବ୍ୟାଟ୍‌ ପ୍ରଦାନ କରାଯାଇଥିଲା । ମ୍ୟାଚ୍‌ ଶେଷ ହେବା ପରେ  ସିଏବି ସଭାପତି ସ୍ନେହାଶିଷ ଗାଙ୍ଗୁଲି ତାଙ୍କୁ ସୁନାର ବ୍ୟାଟ୍‌ ପ୍ରଦାନ କରିଥିଲେ । ଯାହାର ମୂଲ୍ୟ ୨୬ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • Virat Kohli
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.