ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

କାର ସହ ଟ୍ରାଫିକ୍ ପୋଲିସ ଅଧିକାରୀଙ୍କୁ ଘୋଷାଡ଼ି ନେଇଗଲା ମଦ୍ୟପ ଡ୍ରାଇଭର

ଚଣ୍ଡିଗଡ଼: କାଗଜପତ୍ର ଯାଞ୍ଚ ବେଳେ ଟ୍ରାଫିକ୍‌ ପୋଲିସକୁ କାରରେ ଘୋଷାଡ଼ି ନେଲା ମଦ୍ୟପ ଡ୍ରାଇଭର । ଏନେଇ ବିଚଳିତ କଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ମଦ୍ୟପ ଡ୍ରାଇଭର ବିଚ୍‌ ରାସ୍ତାରେ ଘଟାଇଛି ଜଘନ୍ୟ କାଣ୍ଡ। ଯାଞ୍ଚ ବେଳେ ସେ ମଦ ନିଶାରେ ଜଣେ ଟ୍ରାଫିକ ପୋଲିସ ଅଧିକାରୀଙ୍କୁ ଗାଡ଼ି ସହ କିଛି ବାଟ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି । ପୋଲିସ ବାବୁ ଜଣଙ୍କ ଗାଡ଼ି ଚାଳକଙ୍କୁ ବୈଧ କାଗଜପତ୍ର ମାଗିଥିଲେ। ଏହା ପରେ ଡ୍ରାଇଭର ଜଣକ ସେଠାରୁ ଖସି ଯିବା ପାଇଁ ଦ୍ରୁତଗତରେ ଗାଡ଼ି ସହ ଟ୍ରାଫିକ ପୋଲିସ ବାବୁଙ୍କୁ କିଛି ବାଟ ଘୋଷାଡ଼ି ନେଇଥିଲେ। 

ହରିୟାଣାର ଫରିଦାବାଦ ଅନ୍ତର୍ଗତ ବାଲ୍ଲାଭାଗର ବସ୍‌ ଷ୍ଟାଣ୍ଡ ନିକଟରେ ଘଟିଥିବା ଏହି ଘଟଣାଟି କ୍ୟାମେରାରେ ମଧ୍ୟ କଏଦ ହୋଇଛି । ପୋଲିସ୍‌ର ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଜଣେ ମଦ୍ୟପ କାର ଡ୍ରାଇଭର ରାସ୍ତା ମଝିରେ ଗାଡ଼ି ରଖି ନିଜ ଇଚ୍ଛାରେ ଯାତ୍ରୀ ଉଠାଉଥିଲେ। ଏଥିଯୋଗୁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଗାଡ଼ିଟି ରାସ୍ତା ମଝିରେ ରହିଥିବାରୁ ଜଣେ ଟ୍ରାଫିକ ସବ ଇନସପେକ୍ଟର ତାଙ୍କ ପାଖକୁ ଯାଇ କାଗଜପତ୍ର ମାଗିଥିଲେ। ଏଥିସହ ଚାଲାଣ କାଟିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। 

ଏହା ପରେ ଟ୍ରାଫିକ୍‌ ଇନସପେକ୍ଟର ଜଣଙ୍କ ଗାଡ଼ି ଡ୍ରାଇଭର ବସିଥିବା ଡୋର ପାଖକୁ ଯାଇ ଏହାକୁ ଖୋଲିଥିଲେ। ତେବେ ଡ୍ରାଇଭର ଜଣଙ୍କ ଏକ୍ସିଲେରେଟର ଦବାଇ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ହାତକୁ ଧରି ସବ ଇନସପେକ୍ଟର ଜଣଙ୍କ ଝୁଲି ପଡ଼ିଥିଲେ। ସେହି ଅବସ୍ଥାରେ ଡ୍ରାଇଭର ଜଣଙ୍କ ବେଶ କିଛି ବାଟ ତାଙ୍କୁ ଘୋଷାଡ଼ି ନେଇଥିଲେ। ଏହାପରେ ଗାଡ଼ିଟି ଅଟକି ଯାଇଥିଲା। 

ସାଧାରଣ ଲୋକ ଓ ଅନ୍ୟ ପୋଲିସ୍‌ କର୍ମଚାରୀମାନେ ଏକାଠି ହୋଇ ମଦପ୍ୟ ଡ୍ରାଇଭରଙ୍କୁ କାବୁ କରିବା ସହ ଝୁଲନ୍ତା ଅବସ୍ଥାରେ ଥିବା ସବ ଇନସପେକ୍ଟରଙ୍କୁ ଗାଡ଼ିରୁ ବାହାର କରିଥିଲେ। ମଦପ୍ୟ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଥିବା ବେଳେ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ।

 

  • Haryana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.