ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା

ଭୁବନେଶ୍ୱର,୦୩/୦୫: କେନ୍ଦ୍ରୀୟ ମାଧ୍ୟମିକ  ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରୀକ୍ଷା ଫଳ ଆସନ୍ତା  ୧୨ ତାରିଖରେ ପ୍ରକାଶ ପାଇବା ସମ୍ଭାବନା ଅଛି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।  ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ  ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ।  ତେବେ ଏ ନେଇ ସିବିଏସ୍‌ଇ ପକ୍ଷରୁ କୌଣସି  ସ୍ପଷ୍ଟୀକରଣ ମିଳିନାହିଁ । ଅନ୍ୟପଟେ ଚଳିତବର୍ଷରୁ  ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ନାହିଁ । ଅର୍ଥାତ୍‌ ଟପ୍ପର ତାଲିକା ପ୍ରକାଶ ପାଇବ ନାହିଁ ।  

ସୂଚନାଯୋଗ୍ୟ, ଚଳିତବର୍ଷ ସିବିଏସ୍‌ଇ ଦଶମ  ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧୩  ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଚାଲିଥିଲା । ସାରା  ଦେଶରେ ମୋଟ ୩୯ ଲକ୍ଷ ପିଲା ପରୀକ୍ଷା  ଦେଇଛନ୍ତି । ଗତବର୍ଷ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ମେ ୧୨ରେ ପ୍ରକାଶ ପାଇଥିଲା । ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶକୁ ନେଇ  ମିଥ୍ୟା ବିଜ୍ଞପ୍ତି ଘୂରି ବୁଲୁଛି । ସିବିଏସ୍‌ଇ ଲେଟର  ପ୍ୟାଡ୍‌ରେ ଏପ୍ରିଲ୍‌ ୨୮ ତାରିଖ ପକାଯାଇ  ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତକୁ ବି ନକଲ  କରାଯାଇଛି । ଏନେଇ ସିବିଏସ୍‌ଇ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସ୍ପଷ୍ଟୀକରଣ  ରଖାଯାଇଛି । କୁହାଯାଇଛି ଯେ ଦଶମ ଓ ଦ୍ୱାଦଶ  ଶ୍ରେଣୀ ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ପକ୍ଷରୁ  କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.