ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୨ରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ, ଶପଥ ଉତ୍ସବରେ ଯୋଗ ଦେବେ ମୋଦି

ନୂଆଦିଲ୍ଲୀ,୧୦/୦୬: ଆସନ୍ତା ୧୨ ତାରିଖରେ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେବେ । ନାଇଡୁଙ୍କ ଶପଥ ଗ୍ରହଣ ଉତ୍ସବରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି ବୋଲି  ଜଣାପଡ଼ିଛି । ମୋଦିଙ୍କ ସମେତ ରାଜ୍ୟପାଳ ଏସ୍‌. ଅବଦୁଲ  ନଜିର ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ନାଇଡୁଙ୍କ ଶପଥ  ଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ମୁଖ୍ୟଶାସନ  ସଚିବ ନୀରବ କୁମାର ପ୍ରସାଦ ସୂଚନା ଦେଇଛନ୍ତି ।  ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଗନ୍ନାଭରମ  ବିମାନବନ୍ଦର ନିକଟ କେଶରପଲ୍ଲୀ ଆଇଟି ପାର୍କରେ ନାଇଡ଼ୁ  ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରସ୍ତୁତି  ଚାଲିଥିବାବେଳେ ମୁଖ୍ୟ ସଚିବ ଏହାର ସମୀକ୍ଷା କରିଛନ୍ତି ।  ବରିଷ୍ଠ ଆଇଏଏସ୍‌ ଅଫିସର ପି.ଏସ୍‌ ପଦ୍ୟୁମ୍ନ ଶପଥ  ଗ୍ରହଣ ଉତ୍ସବର ରାଜ୍ୟ ସଂଯୋଜକ ନିଯୁକ୍ତ ହୋଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.