ନୂଆଦିଲ୍ଲୀ : ବାହାଘର ଏକ ପବିତ୍ର ବନ୍ଧନ। ଏଥିରେ ଜନ୍ମ ଜନ୍ମକୁ ସମ୍ୱନ୍ଧ ଗଢି ହୋଇଥାଏ। ଏଥିରେ ନିଆ ଯିବାକୁ ଥିବା ବଡ଼ ବଡ଼ ନିଷ୍ପତ୍ତିକୁ ନେଇ ପ୍ରଥମେ ଯୁବକ ଯୁବତୀ ଖୁବ୍ ବିଚାର ବିମର୍ଶ କରିଥାନ୍ତି। ଏହି ସଂପର୍କକୁ ସୁସଙ୍ଗତ ଓ ସୁଦୃଢ କରିବା ପାଇଁ ଜରୁରୀ କି, ଉଭୟ ପରସ୍ପର ବିଷୟରେ ବିବାହ ପୂର୍ବରୁ ହିଁ ଜାଣି ନିଅନ୍ତୁ। ଏହାକି ବିବାହ ପରେ ସେମାନଙ୍କ ଭିତରେ କୌଣସି ଭ୍ରମାତ୍ମକ ସ୍ଥିତି ସୃଷ୍ଟି ନହେଉ। କିନ୍ତୁ ଏଠାରେ ତ ବିବାହ ପୂର୍ବରୁ ହିଁ ବର ,କନ୍ୟାଙ୍କ ଠାରୁ ବିବାହର ଡିମାଣ୍ଡରେ ଏମିତି କିଛି ଅଜବ ସର୍ତ୍ତ ରଖିଛନ୍ତି, ଯାହାକୁ ପଢି କାହାର ବି ମଥା ଘୂରି ଯିବ।
ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ , ପିଏଚଡି ହୋଲ୍ଡର ବର ରାଜା ଜଣଙ୍କ ଜଣେ ଆଦର୍ଶ କନ୍ୟାର ଡିମାଣ୍ଡ କରି ହ୍ୱାଟ୍ସଆପ୍ ଚାଟ୍ରେ ନିଜର ଓ ପରିବାରର ଆବଶ୍ୟକତାର ଅଜବ ବିବରଣୀ ପ୍ରଦାନ କରିଛନ୍ତି। ଇଣ୍ଟରନେଟ୍ରେ ଭାଇରାଲ ହ୍ୱାଟ୍ସଆପ୍ ଚାଟ୍ର ଏହି ସ୍କ୍ରିନ୍ସଟ୍ରେ ୟୁଜର୍ସ ମଧ୍ୟ ନିଜର ମତ ଦେଉଛନ୍ତି।
ହ୍ୱାଟଆପ୍ ଚାଟ୍ର ସ୍କ୍ରିନ୍ସଟ୍ରେ ବର ରାଜା ମେଡିକୋ (ଡାକ୍ତର) କନ୍ୟାଙ୍କୁ ବିବାହ କରିବାକୁ ନିଜର ଆବଶ୍ୟକତା ବିଷୟରେ କହିଛନ୍ତି। ବ୍ୟକ୍ତି ଜଣଙ୍କ ଚାଟ୍ରେ ଲେଖିଛନ୍ତି –କନ୍ୟା ନିଜର ଘର ଓ ପରିବାରର ସବୁ କଥାକୁ ସମ୍ଭାଳିବା ପାଇଁ ସୁନ୍ଦର , ସକ୍ଷମ ଓ ସ୍ମାର୍ଟ ହେବା ଉଚିତ୍। ଭୋଜନ , ପୋଷାକ ଓ ଜୀବନ ଶୈଳୀ ସହ ପରିବାରର ଜୀବନଶୈଳୀରେ ନିଜର ଶାରୀରିକ ଯୋଗଦାନର ମାଧ୍ୟମରେ ବିଭିନ୍ନତା ଓ ସ୍ପଷ୍ଟତା ଆଣିବା ପାଇଁ ସକ୍ରିୟ ଓ ଶକ୍ତିବାନ ହେବା ଉଚିତ୍ ।
ଚାଟ୍ରେ ସେ ଆହୁରି ଲେଖିଛନ୍ତି , ଯଦି ଯୁବତୀଙ୍କ ବିଏମଆଇ (ବଡି ମାସ୍ ଇଣ୍ଡେକ୍ସ)୨୪ ଭିତରେ ହେଲେ ଭଲ। ତାଙ୍କର ଚାକିରି ବିକଳ୍ପ ଓ ଆୟ ନେଇ କୌଣସି ବିଶେଷ ଆବଶ୍ୟକତା ନାହିଁ। ଚାକିରିକୁ ଏକ ପେନସନ ଭାବେ ଆପଣା ଯାଇ ପାରେ , କିନ୍ତୁ ଏହା ପରିବାରର ଆବଶ୍ୟକତା ଠାକୁ କମ୍ ହେବା ଉଚିତ୍। ତାଙ୍କୁ ଜୀବନର ବାସ୍ତବିକତା ଉପରେ ଆଧାରିତ ହେବା ଉଚିତ୍ ଏବଂ ତାଙ୍କର ବିଚାର ତର୍କସଙ୍ଗତ ହେବା ଉଚିତ। ବିବାହ ପରେ ପ୍ରଥମ ୭ ବର୍ଷ ଯୁବତୀ କାମ କରିପାରିବ ନାହିଁ ,ଯେପର୍ଯ୍ୟନ୍ତ ତାଙ୍କୁ ଚେନ୍ନାଇରେ ମୁତୟନ ନକରାଯାଇଛି। କାରଣ ଏହି ବିବାହରେ ଏକ ଶିଶୁର ଆଶା ରହିଛି ଏବଂ ଯେପର୍ଯ୍ୟନ୍ତ ଶିଶୁ ସ୍କୁଲ ନଯାଇଛ, କନ୍ୟା ନିଜର ଚାକିରି ସହ ନ୍ୟାୟ କରି ପାରିବ ନାହି ।
This is the exact List Of Requirements that a Groom sent to a prospective bride who is a Medico.
— Chinmayi Sripaada (@Chinmayi) August 21, 2024
Groom is a PhD and Gold Medallist apparently.
LOL. pic.twitter.com/Oz5bmOKqQz
ଏକ୍ସରେ ଉକ୍ତ ଚାଟ୍ର ସ୍କ୍ରିନ୍ସଟ୍ ପୋଷ୍ଟ କରି @Chinmayi ନାମଙ୍କ ୟୁଜର ଲେଖିଛନ୍ତି –ଏହା ଆବଶ୍ୟକତାର ସଠିକ୍ ତାଲିକା , ଯାହାଜଣେ ବର ତାଙ୍କର ଭାବି କନ୍ୟାଙ୍କୁ ପଠାଇ ଥିଲେ , ଯିଏକି ଜଣେ ମେଡିକୋ।