ପ୍ରମୂଖ ଖବର
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆସନ୍ତା ୫ରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ସମ୍ମାନ, ମାଟ୍ରିକ୍‌ରେ ଓଡ଼ିଆ ଭାଷାରେ ସର୍ବାଧିକ ନମ୍ବର ରଖିଥିବା ପିଲା ହେବେ ପୁରସ୍କୃତ

ଭୁବନେଶ୍ୱର, ୦୨/୦୯: ଆସନ୍ତା ୫ ତାରିଖରେ ଦିଆଯିବ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ସମ୍ମାନ ୨୦୨୪ । ଓଡ଼ିଶା  ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍‌  ପରୀକ୍ଷାରେ ଚଳିବର୍ଷ ମାତୃଭାଷା(ଓଡ଼ିଆ) ରେ ସର୍ବାଧିକ ନମ୍ବର ରଖିଥିବା  ଶିକ୍ଷାର୍ଥୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ ।  

ଓଡ଼ିଆ ଭାଷା ବିଷୟରେ ସର୍ବାଧିକ  ନମ୍ବର ରଖିବା ପ୍ରତି ବ୍ଲକ୍‌, ମହାନଗର  ନିଗମ, ପୌରପାଳିକା, ବିଜ୍ଞାପିତ  ଅଞ୍ଚଳ ପରିଷଦ ସ୍ତରରେ ଶିକ୍ଷାର୍ଥୀ ଏହି  ପୁରସ୍କାର ପାଇବେ । ରାଜ୍ୟରେ ମୋଟ୍‌  ପ୍ରାୟ ୭ହଜାରରୁ ଅଧିକ ପିଲା ଏହି  ଛାତ୍ର ବୃତ୍ତି ପାଇବେ ବୋଲି ଜଣାପଡ଼ିଛି । ତେବେ ଆସନ୍ତା ୫ ତାରିଖରେ ହେବାକୁ  ଥିବା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ସମ୍ମାନ କାର୍ଯ୍ୟକ୍ରମରେ ୩୦ ଜିଲ୍ଲାର  ୩୩ ପିଲାଙ୍କୁ ପୁରସ୍କୃତ କରିବାକୁ ଚୟନ  କରାଯାଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା  ଅଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ  ପକ୍ଷରୁ ଚିଠି କରାଯାଇଛି। 

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୬ରେ  ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ପ୍ରଦାନ  ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି  ନେଇଥିଲେ । ଏନେଇ ଏକ ସଂକଳ୍ପ ପତ୍ର  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ  ଜାରି କରାଯାଇଥିଲା । ଓଡ଼ିଆ ଭାଷା ପ୍ରତି  ପିଲାଙ୍କ ଆଦର ବୃଦ୍ଧି କରିବା, ଓଡ଼ିଆ ଭାଷା  ଓ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ  ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ପଦକ୍ଷେପ  ନିଆଯାଇଛି । ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା  ସୀମାନ୍ତ ଅଞ୍ଚଳରେ ଥିବା ଓଡ଼ିଆ ପିଲାଙ୍କ  ମଧ୍ୟରେ ଓଡ଼ିଆ ଭାଷା ପ୍ରତି ବିଶେଷ  ଆଗ୍ରହ ବୃଦ୍ଧି ପାଇବ । ଏଥିସହ ଓଡ଼ିଆ  ଭାଷା ସାହିତ୍ୟ ସମୃଦ୍ଧ କରିବାରେ ଏହା  ସହାୟକ ହେବ । ସୂଚନା ଅନୁଯାୟୀ, ବ୍ଲକ୍‌  ଓ ମହାନଗର ନିଗମ ସ୍ତରରେ ୨୦ଜଣ,  ପୌରପାଳିକା ସ୍ତରରେ ୧୦ ଜଣ ଏବଂ  ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରରେ ଓଡ଼ିଆ  ଭାଷା ବିଷୟରେ ଶ୍ରେଷ୍ଠ ୫ଜଣ ଶିକ୍ଷାର୍ଥୀଙ୍କୁ  ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.