ଭୁବନେଶ୍ବର,୧୪।୫ : ମେ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ବରରେ ରୋଡ଼ ସୋ କରିବେ । ଗଙ୍ଗନଗର ଛକରୁ ରୋଡ଼ ସୋ ବାହାରି ଏଲଆଇସି ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡିଏଫସି ବ୍ୟାଙ୍କ ଛକ, ନୂଆସାହି , ବେହେରା ସାହି, ନିକୋ ପାର୍କ ଛକ , ବାୟାବାବା ମଠ ଦେଇ ରୁପାଲି ଛକ ପର୍ଯ୍ୟନ୍ତ ଯିବ।
ତେବେ ରୋଡ଼ ସୋ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କମିଶନରେଟ ପୋଲିସ ପକ୍ଷରୁ କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ ବେଳେ ବ୍ୟାରିକେଡ଼ିଂ କରାଯିବ । ସେହି ସମୟରେ ଲକ୍ଷାଧିକ ଲୋକ ଏକାଠି ହେବାକୁ ଥିବାରୁ କର୍ଡନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ରୋଡ୍ ସୋ ସମୟରେ ସିନିୟର ପୋଲିସ ଅଫିସର ମାନେ ଉପସ୍ଥିତ ରହିବେ । ଉଚ୍ଚ ବିଲ୍ଡିଂ ମାନଙ୍କରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବେ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।