ନୂଆଦିଲ୍ଲୀ,୯।୯: ୟୁକ୍ରେନ୍ ସହ ଯୁଦ୍ଧ ମଧ୍ୟରେ ଚୀନ୍ ଗୋଟିଏ ପଟେ ଋଷର ସାଥ୍ ଦେଉଛି ତ ଅନ୍ୟପକ୍ଷେ କରୁଛି ବିଶ୍ବାସଘାତ। କାରଣ ଗତ ଗତ ଅଢେଇ ବର୍ଷ ହେବ ଋଷ ପାଶ୍ଚାତ୍ୟ ଦେଶ ଗୁଡିକ ପକ୍ଷରୁ ଲଗାଯାଇଥିବା ଆର୍ଥିକ କଟକଣାରେ ପ୍ରଭାବିତ ହୋଇଛି। ତେଣୁ ଏହାକୁ ବାହାନା କରି ଚୀନ୍ ବ୍ୟାଙ୍କ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ଙ୍କୁ ଦେଇଛନ୍ତି ବଡ ଝଟକା। ଚୀନ୍ ବ୍ୟାଙ୍କ କଥିତ ଭାବରେ ଋଷରେ ନିଜର ସମ୍ପତ୍ତିକୁ ବିକ୍ରି କରିବା ଆରମ୍ଭ କରିଦେଇଛି। ଚୀନ୍ ବ୍ୟାଙ୍କର କହିବା କହିବା ଅନୁସାରେ, ୟୁକ୍ରେନ୍ ସହ ଯୁଦ୍ଧ କାରଣରୁ ମସ୍କୋ ଉପରେ ଲାଗିଥିବା କଟକଣା କାରଣରୁ ଏବେ ତାକୁ ଆର୍ଥିକ ସ୍ତରରେ ମିଳିତ ହୋଇ ବାଣିଜ୍ୟ କରିବା କଷ୍ଟକର ହୋଇପଡିଛି।
ନ୍ୟୁଜଓ୍ବିକ୍ର ରିପୋର୍ଟ ଅନୁସାରେ, ଋଷର ବିଜନେସ୍ ଆଉଟଲେଟ୍ ଫ୍ରାଙ୍କ ମିଡିଆ କହିଛି, ୨୦୨୪ର ଦ୍ବିତୀୟ ତୈୟମାସିକରେ ବ୍ୟାଙ୍କ ଅଫ୍ ଚାଇନ୍ ଋଷରେ ନିଜର ସମ୍ପତ୍ତିକୁ ୩୭ ପ୍ରତିଶତ ହ୍ରାସ କରି ୩୫୫.୯ ବିଲିୟନ ରୁବେଲ(୩.୯ ବିଲିୟନ ଡଲାର) କରିଦେଇଛି। ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନା ନିଜ ସମ୍ପତ୍ତି ୨୭% ହ୍ରାସ କରି ୪୬୨.୪ ବିଲିୟନ ରୁବେଲ(୫.୧ ବିଲିୟନ ଡଲାର) କରି ଦେଇଛି। ଫ୍ରାଙ୍କ ମିଡିଆର କହିବା ଅନୁସାରେ, ଚୀନ୍ ବ୍ୟାଙ୍କ ବହୁ ଦେଶ ଭିତରେ ଥିବା ସମସ୍ୟାକୁ ଦେଖି ନିଜ ବାଣିଜ୍ୟ ଗତିକୁ ଧିମା କରିଦେଇଛି। ତେବେ ରିପୋର୍ଟରେ କୁହାଯାଇଛି ଦୁଇଟି ଛୋଟ ସଂସ୍ଥା, ଚାଇନ୍ କନଷ୍ଟ୍ରକସନ୍ ବ୍ୟାଙ୍କ ଓ ଚାଇନା ଏଗ୍ରିକଲଚର ବ୍ୟାଙ୍କ, ଋଷରେ ନିଜ ସମ୍ପତ୍ତିରେ କ୍ରମାଗତ ଭାବରେ ୨୭ ପ୍ରତିଶତ ଓ ୯ ପ୍ରତିଶତ ବୃଦ୍ଧି କରିଛି।
ଏହା ମଧ୍ୟରେ ଋଷ ରାଷ୍ଟ୍ରପତି ପୁଟିନ୍ ବେଜିଂ ସହ ନିଜ ବାଣିଜ୍ୟ ସମ୍ପର୍କକୁ ବଢାଇବାର ଦାବି କରିଛନ୍ତି। ଉଲ୍ଲେଖନୀୟ ଯେ, ଚୀନ୍ ପାଶ୍ଚାତ୍ୟ ଦେଶ ସହ ପ୍ରତିଶୃତିରେ ପ୍ରଭାବିତ ଋଷ ଅର୍ଥବ୍ୟବସ୍ଥାକୁ ସାହାରା ଦେବାରେ ସାହାଯ୍ୟ କରିଛି। ଋଷ ପକ୍ଷରୁ ଦାବି କରାଯାଉଛି ଯେ, ୨୦୨୨ ରେ ୟୁକ୍ରେନ୍-ଋଷ ଯୁଦ୍ଧ ଆରମ୍ଭ ହେବାପରେ ଋଷ ଓ ଚୀନ୍ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରେକର୍ଡ ସ୍ତରରେ ପହଁଞ୍ଚି ଯାଇଛି। ସେଭଳି ପାଶ୍ଚାତ୍ୟ ଦେଶର ନେତୃତ୍ବ ନେଉଥିବା ବିଶ୍ବ ଆର୍ଥିକ ପ୍ରଣାଳିଠାରୁ ଦୂରକୁ ଯିବାର କଥା ଚୀନ୍ ବ୍ୟାଙ୍କ କହିଛି। ଏବେ ଚୀନ୍ ବ୍ୟାଙ୍କ ଋଷ ସହ ବାଣିଜ୍ୟ କାରବାର କରିବାକୁ ଇଛା ପ୍ରକାଶ କରୁ ନାହାନ୍ତି, କାରଣ ତାଙ୍କୁ ଅର୍ଥ ଲେଣଦେଣରେ ସମସ୍ୟା ଦେଇ ଗତି କରିବାକୁ ପଡୁଛି।