ଚୌଦ୍ୱାର, ୦୫/୦୯ : ଅବକାରୀ ଗୋଦାମ ଘରେ ବୃଦ୍ଧଙ୍କୁ ହତ୍ୟା। ଚୌଦ୍ୱାର ଥାନା ଓଟିଏମ ବଜ଼ାର ବ୍ୟାଘ୍ରବାହିନୀ ପଡିଆ ନିକଟରେ ଥିବା ଅବକାରୀ କାର୍ଯ୍ୟାଳୟ ଗୋଦାମ ଘରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି l ସେହେଲେ ଚୌଦ୍ୱାର ବ୍ୟାଘ୍ରବାହିନୀ ମନ୍ଦିର ନିକଟସ୍ଥ ମୁଣ୍ଡା ସାହିର ସୁନାରାମ ହେମ୍ବ୍ରମ l
ସୁନାରାମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ମୁଣ୍ଡକୁ କେହି ଦୁର୍ବୃତ୍ତ ପିଟିଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ଘଟଣା ସ୍ଥଳରେ ଚୌଦ୍ୱାର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ପୁଲିସ କହିଛି।