କୋଲକାତା,୧୮।୬: ପଶ୍ଚିମବଙ୍ଗ ରାଜନୀତିରେ ମଙ୍ଗଳବାର ଦେଖିବାକୁ ମିଳିଛି ନୂଆ ଟ୍ବିଷ୍ଟ। ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ(ଟିଏମସି)ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧି ଦଳ ବିଜେପି ସାଂସଦଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ବିଜେପିର ରାଜ୍ୟସଭା ସାଂସଦ ଅନନ୍ତ ରାୟ ମହାରାଜ ନିଜ ବାସଭବନରେ ମମତାଙ୍କୁ ଖୁବ୍ ଉତ୍ସାହର ସହିତ ସ୍ବାଗତ କରିଥିଲେ। ମମତା ଓ ବିଜେପି ସାଂସଦଙ୍କ ସାକ୍ଷାତକୁ ନେଇ ଅଧିକ ସୂଚନା ସାମନାକୁ ଆସିପାରିନି, କିନ୍ତୁ ରାଜନୈତିକ ଦୁନିଆରେ ଆରମ୍ଭ ହୋଇଛି ଚର୍ଚ୍ଚା।
VIDEO | West Bengal CM Mamata Banerjee (@MamataOfficial) met BJP MP Ananta Maharaj in Cooch Behar earlier today. pic.twitter.com/xnLgQBtuuK
— Press Trust of India (@PTI_News) June 18, 2024
ଅନନ୍ତ ରାୟ ମହାରାଜ ଉତ୍ତର ବଙ୍ଗଳା ରାଜନୀତିର ବଡ ଚେହେରା, ଯେଉଁଠି ବିଜେପି ଗତ କିଛି ବର୍ଷ ହେବ ଆଗେ ଆଗେ ବଢୁଛି। ଅନନ୍ତ ଉତ୍ତର ବଙ୍ଗଳାର କୁଚବିହାରକୁ ପୃଥକ ଗ୍ରେଟର କୁଚ ବିହାର ରାଜ୍ୟ କରିବାର ଦାବି କରିଥିବା ସଂଗଠନ ଗ୍ରେଟର କୁଚବିହାର ପିପୁଲ୍ସ ଆସୋସିଏସନ୍ (ଜିସିପିଏ)ର ଅଧ୍ୟକ୍ଷ। ନିଜକୁ ଗ୍ରେଟର କୁଚବିହାରର ମହାରାଜ ବୋଲି କହୁଥିବା ଅନନ୍ତଙ୍କୁ ବିଜେପି ବର୍ଷେ ତଳେ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ପଠାଇଥିଲା। ଅନନ୍ତ ପଶ୍ଚିମବଙ୍ଗରୁ ବିଜେପି ଟିକେଟରେ ରାଜ୍ୟସଭା ପହଁଞ୍ଚିଥିଲା ପ୍ରଥମ ନେତା।
ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ବାସଭବନରେ ପହଁଞ୍ଚି ତାଙ୍କୁ ସାକ୍ଷାତ କରିବା ପରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି । କୁହାଯାଉଛି ଗତ ବର୍ଷ ଗୃହମନ୍ତ୍ରୀ ଅମିତ ଶାହ ଅନନ୍ତଙ୍କ ବାସଭବନରେ ପହଁଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ ଓ ଏହାପରେ ବିଜେପି ତାଙ୍କୁ ରାଜ୍ୟସଭା ପଠାଇଥିଲା। ଏବେ ମମତା ତାଙ୍କୁ ଭେଟିବାକୁ ତାଙ୍କ ଘରେ ପହଁଞ୍ଚିବା ପରେ ଆଗକୁ କ’ଣ ହେବ ?