ରାଉରକେଲା, ୧୫।୦୫ : ରାଉରକେଲାରେ ବିଜେଡି ନେତା ଭିକେ ପାଣ୍ଡିଆନ୍ଙ୍କ ଉଦ୍ବୋଧନ। ଜନସଭାରେ ପାଣ୍ଡିଆନ୍ କହିଛନ୍ତି ଯେ, ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲାରେ ହକି ବିଶ୍ୱକପ୍ ସ୍ୱପ୍ନରୁ ବାହାରେ ଥିଲା । କଠିନ ପରିଶ୍ରମ କରି ହକି ବିଶ୍ୱକପ୍ ଆୟୋଜନ କରାଗଲା। ପୂର୍ବରୁ ରାଉରକେଲାରେ କଣ ଥିଲା, ଏବେ କଣ ଅଛି ?
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣଙ୍କ ଟିକେ ଭୁଲ୍, ରାଉରକେଲାକୁ ଆହୁର ପଛକୁ ନେଇଯିବ। ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଆମ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ରାଉରକେଲା ଏବଂ ସୁନ୍ଦରଗଡ଼ ପାଇଁ ବଡ଼ ପ୍ଲାନ କରିଛନ୍ତି। ନିର୍ବାଚନ ସମୟରେ ବଡ଼ ବଡ଼ ନେତା ଆସୁଛନ୍ତି । ବଡ଼ କଥା କହୁଛନ୍ତି । ଆଉ ପ୍ରତିଶୃତି ଦେଇ ପଳାଉଛନ୍ତି । ଆମ ମୁଖ୍ୟମନ୍ତ୍ରୀ କଥା କମ୍, କାମ ବେଶୀ କରନ୍ତି । ତେଣୁ ମୁଁ ଆଉ ଥରେ କହିରଖୁଛି । ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଯାହାପରେ ପ୍ରଥମ ଦସ୍ତଖତ ବିଜୁଳି ବିଲ୍, ୨ୟ ଦସ୍ତଖତ BSKY ପାଇଁ କରିବେ । ଅଙ୍ଗନବାଡି, ଆଶା ଦିନ ଓ ସରକାରୀ କର୍ମଚାରୀ ପାଇବେ ସୁବିଧା । ୨୦ ବର୍ଷ ହବ ଜଣେ ସାଂସଦଙ୍କୁ ପଠାଉଛନ୍ତି । ସେ ରାଉରକେଲା ପାଇଁ କଣ କରିଛନ୍ତି । ଯାହା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କରିଛନ୍ତି ।