ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

୭୧ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ଚନ୍ଦାହାଣ୍ଡି , ୧୨।୮:  ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ସୁବ୍ରାଂଶୁ  ଶେଖର ମହାପାତ୍ର  ସୋମବାର ଚନ୍ଦାହାଣ୍ଡି ବ୍ଲକ ସଭାଗୃହଠାରେ  ଜନସାଧାରଣଙ୍କ ୭୧ ଟି ଅଭିଯୋଗ ଶୁଣାଣି କରିଛନ୍ତି l  ସେଥିମଧ୍ୟରୁ ୫୯ଟି ବ୍ୟକ୍ତିଗତ ଅଭିଯୋଗ ରହି ଥିବାବେଳେ  ୧୨ଟି ସାମୁହିକ ଅଭିଯୋଗ ରହିଥିଲା l  ୨୧ ଜଣ ଭିନ୍ନକ୍ଷମ  ଭତ୍ତା ଏବଂ ୪ ଜଣଙ୍କୁ ମଧୁବାବୁ ଭତ୍ତା ବଣ୍ଟା ଯାଇଥିବା ବେଳେ  ୭ ଜଣଙ୍କୁ ଶ୍ରବଣ ଯନ୍ତ୍ର  ଏବଂ ୩ ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ବଣ୍ଟା ଯାଇଥିବା ନେଇ ବିଡିଓ ରାମକୃଷ୍ଣ ନାୟକ ସୂଚନା ଦେଇଛନ୍ତି l

ସାମୁହିକ ଅଭିଯୋଗ ମଧ୍ୟରେ  ଚନ୍ଦାହାଣ୍ଡି ବ୍ଲକରେ ମିଶନ ଶକ୍ତି ସହଯୋଗୀ କର୍ମଚାରୀ  ଏମବିକେସିଆରପି, ଏବଂ ବ୍ୟାଙ୍କ ମିତ୍ର  ପଦବୀ ପାଇଁ ସମସ୍ତ ଚୟନ ପ୍ରକ୍ରିୟା ସମାପ୍ତ ହେବା ସତ୍ତେ୍ବ  ପ୍ରାର୍ଥୀନୀମାନଙ୍କୁ ନିଯୁକ୍ତି ନ  ହେବା ନେଇ   ପ୍ରାର୍ଥୀନିମାନେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ l   ହଳଦୀ ଗ୍ରାମର ମୁଖ୍ୟ ରାସ୍ତା ମରାମତି ସମେତ ଗ୍ରାମର ଦୁଇଟି ପୋଖରୀର ପୁନଃ ଉଦ୍ଧାର କରିବା ପାଇଁ ସମାଜସେବୀ ଭୋଦେବ ବାଗ ଏବଂ ସମାଜସେବୀ ପ୍ରଶାନ୍ତ ପାରି ଜିଲ୍ଲାପାଳ ପାଖରେ ଅଭିଯୋଗ କରିଥିଲେ l ଅନକାବେଡା ପଞ୍ଚାୟତ ଅଧିନ ନୂଆପଡା ଗ୍ରାମର ଶିରାପଡା ଅଙ୍ଗନୱାଡି କେନ୍ଦ୍ରକୁ ମରାମତି କରିବା ପାଇଁ ୱାର୍ଡସଭ୍ୟ  ପଦୁ ମରେଇ ସମାଜସେବୀ ନିମାଇଁ ଚରଣ ପାଣ୍ଡେ ଅଭିଯୋଗ କରି ଥିଲେ l   ବେହେରାମୁଣ୍ଡା ପଞ୍ଚାୟତ ଅଧିନ ଜାମଳିପଡା ଗ୍ରାମକୁ ବିଦ୍ୟୁତ ସଂଯୋଗ ଦେବା ନିମନ୍ତେ  ମାଲଗାଁ ବିଜେପି ମଣ୍ଡଳ ସଭାପତି ମୋହନ ନାୟକ ଅଭିଯୋଗ କରିଥିଲେ l  ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି  ଅବସରରେ ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକ,   ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ,  ଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲା ଅଧିକାରୀ ବ୍ଲକ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.