ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୋଟ୍ ପୂର୍ବରୁ ଆଶ୍ୱସ୍ତି, ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ କମିଲା ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ, ୦୧/୦୪: ଦେଶରେ ଲୋକସଭା ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଭୋଟର ଠିକ୍ ପୂର୍ବରୁ ହ୍ରାସ୍ ପାଇଛି ଗ୍ୟାସ୍ ସିଲିଣ୍ଡର ଦର । ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ମିଳିଛି ଆଶ୍ୱସ୍ତି । ବାଣିଜ୍ୟିକ ଗ୍ୟାସ୍ ଦର କମିଛି । ୧୯ କେଜି ବିଶିଷ୍ଟ କମର୍ସିଆଲ୍ ଗ୍ୟାସ୍ ଦର ସିଲିଣ୍ଡର ପିଛା ୩୨ ଟଙ୍କା ଲେଖାଏଁ ହ୍ରାସ୍ ପାଇଛି । ପରିବର୍ତ୍ତିତ ଦର ଆଜିଠୁ ଲାଗୁ ହୋଇଛି ।

ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ବାଣିଜ୍ୟିକ ସିଲିଣ୍ଡର ଦର ହ୍ରାସ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବ । ଦର ହ୍ରାସ ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍ ସିଲିଣ୍ଡର ଦାମ ୧୭୬୪ ଟଙ୍କା ରହିଛି । ସେହିଭଳି କୋଲକାତାରେ ନୂଆ ଦର ୧୮୭୯ ଟଙ୍କା, ମୁମ୍ବାଇରେ ୧୭୧୭ ଟଙ୍କା ୫୦ ପଇସା ଏବଂ ଚେନ୍ନାଇରେ ୧୯୩୦ ଟଙ୍କା ରହିଛି ।

ଏହା ପୂର୍ବରୁ ମାର୍ଚ୍ଚ ୧ରେ ୧୯ କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ ଦିଲ୍ଲୀରେ ୧୭୯୫ ଟଙ୍କା, କୋଲକାତାରେ ୧୯୧୧ ଟଙ୍କା, ମୁମ୍ବାଇରେ ୧୭୪୯ ଟଙ୍କା ଓ ଚେନ୍ନାଇରେ ୧୯୬୦ ଟଙ୍କା ୫୦ ପଇସା ରହିଥିଲା । ଆଜିଠୁ ନୂଆ ଦର ଲାଗୁ ହୋଇଛି ।

ଏହା ପୂର୍ବରୁ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ମହିଳା ଦିବସରେ ୧୪ କେଜି ବିଶିଷ୍ଟ ଘରୋଇ ରନ୍ଧନ ଗ୍ୟାସ୍ ଦର ହ୍ରାସ୍ କରିଥିଲେ । ସେତେବେଳେ ଘରୋଇ ସିଲିଣ୍ଡର ଦାମ ୧୦୦ ଟଙ୍କା କମିଥିଲା । ଏବେ ଘରୋଇ ଗ୍ୟାସ୍ ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଦିଲ୍ଲୀରେ ଘରୋଇ ଗ୍ୟାସ୍ ଦାମ ୮୦୩ ଟଙ୍କା ରହିଥିବା ବେଳେ କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨ ଟଙ୍କା ୫୦ ପଇସା ଏବଂ ଚେନ୍ନାଇରେ ୮୧୮ ଟଙ୍କା ୫୦ ପଇସା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.