ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାନସଭା ନିର୍ବାଚନ ଫଳାଫଳ ଭିତରେ କଂଗ୍ରେସ ଡାକିଲା INDIA ମହାମେଣ୍ଟ ବୈଠକ, ଡିସେମ୍ବର ୬ରେ ହୋଇପାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା…

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଡିସେମ୍ବର ୬କୁ କଂଗ୍ରେସ ଇଣ୍ଡିଆ ମହାମେଣ୍ଟର ଏକ ବୈଠକ ଡାକିଛି । କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦିଲ୍ଲୀରେ ଇଣ୍ଡିଆ ମହାମେଣ୍ଟର ପାର୍ଟୀ ଗୁଡିଙ୍କୁ ଭେଟିବେ । ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ବିଧାନସଭା ନିର୍ବାଚନ ଫଳାଫଳରେ ପଛରେ ରହିବା ପରେ କଂଗ୍ରେସ ଏହି ବୈଠକ ଘୋଷଣା କରିଛି।

 ତେବେ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ ଇଣ୍ଡିଆ ମହାମେଣ୍ଟର ବୈଠକ ଡକାଯିବ ବୋଲି ପୂର୍ବରୁ ମଲ୍ଲିକାର୍ଜୁନ ଖଡଗେ ସ୍ପଷ୍ଟ କରିଥିଲେ । ବର୍ତ୍ତମାନ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମହାମେଣ୍ଟର ଏହି ବୈଠକରେ ଆସନ ବଣ୍ଟନ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

 ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଆସିଛି । ତେଲେଙ୍ଗାନାରେ କଂଗ୍ରେସ ପ୍ରଥମ ଥର କ୍ଷମତାକୁ ଆସୁଥିବା ଦେଖାଯାଉଛି। ସୂଚନାଥାଉକି, ପାଟନାରେ ଇଣ୍ଡିଆ ମହାମେଣ୍ଟର ପ୍ରଥମ ବୈଠକ ଆୟୋଜିତ ହୋଇଥିଲା । ଦ୍ୱିତୀୟ ବୈଠକ ବାଙ୍ଗାଲୋରରେ ଏବଂ ତୃତୀୟ ମୁମ୍ବାଇରେ ହୋଇଥିବା ବେଳେ ଖଡଗେ ଦିଲ୍ଲୀରେ ଚତୁର୍ଥ ବୈଠକ ଡାକିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.