ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପକୁଡ଼ିବନ୍ଧ ଛକ ଜାତୀୟ ରାଜପଥରୁ ଗୋ’ ମାଂସ ବୋଝେଇ କଣ୍ଟେନର ଜବତ, ଗାଡ଼ି ଚାଳକକୁ ଅଟକ

ଛତ୍ରପୁର, ୩୦।୬: ଚମାଖଣ୍ଡିଥାନା ଜଗନ୍ନାଥପୁର ଜଙ୍କସନ୍ ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ପକୁଡ଼ିବନ୍ଧ ଛକ ନିକଟରେ ଏକ କଣ୍ଟେନର ଯୋଗେ ବିପୁଳ ପରିମାଣର ଗୋ ମାଂସ ଧରି ଖୋର୍ଦ୍ଧାରୁ ବିଶାଖାପାଟାନମ ଯାଉଥିବା ବେଳେ ବଜରଙ୍ଗୀ ଦଳ ଅଟକାଇଥିଲେ । ଘଟଣାସ୍ଥଳରେ ଉତ୍ୟକ୍ତ ଜନସାଧାରଣ ପହଞ୍ଚି ପ୍ରତିବାଦ କରିଥିଲେ l ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଚମଖଣ୍ଡି ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଉକ୍ତ କଣ୍ଟେନରରୁ ୨୦୦ ଗୋ’ ମାଂସ ପ୍ୟାକେଟ୍‌ ମିଳିଥିଲା । 

ସ୍ଥାନୀୟ ବାସିନ୍ଦା ଓ ବଜରଙ୍ଗ ଦଳ ପକ୍ଷରୁ ଗାଡ଼ି ଚାଳକକୁ ଅଟକ ପଚାରଉଚାର କରିବା ସହ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି । ଖବର ପାଇଁ ପୋଲିସ ପହଞ୍ଚିଥିଲେ । ଏହା କେବଳ ଆଜିର ଘଟଣା ନୁହେଁ, ବାରମ୍ବାର ଏହି ଭଳି ଘଟଣା ଦେଖିବାକୁ ମିଳିଛି । କିଏ ଏହି ଗୋ ମାଂସ ଚାଲାଣରେ ମାଷ୍ଟର ମାଇଣ୍ଡ ତାକୁ ଗିରଫ ଦାବି କରିଛି ବଜରଙ୍ଗୀ ଦଳ । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.