କଟକ: କଟକ SCB ନିର୍ମାଣାଧୀନ କୋଠାରୁ ଛିଡିଲା କ୍ରେନ । ଦୁର୍ଘଟଣାରେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । କ୍ରେନ ଭାଙ୍ଗିବା ସ୍ଥାନରେ ପାଖାପାଖି ୫୦ ଜଣ ଶ୍ରମିକ କାମରେ ନିୟୋଜିତ ଥିବା ଜଣାପଡିଛି । ନିର୍ମାଣାଧୀନ ୧୦ ମହଲା କୋଠା ଉପରକୁ ନିର୍ମାଣ ସାମଗ୍ରୀ ଉଠାଇବା ବେଳେ ଏହି ଅଘଟଣ ଘଟିଛି । ତେବେ ଗୁରୁତର ମାନେ ହେଲେ ଦୀନବନ୍ଧୁ ବେହେରା, ବଂଶୀଧର ମଲ୍ଲିକ ଏବଂ ଅନ୍ୟଜଣେ ବିହାରର ମୁବାରକ ଅନସାରୀ ବୋଲି ଜଣାପଡିଛି ।
‘ଟିକଟକ୍କୁ ରକ୍ଷା କରିବାକୁ ଚାହୁଁଥିଲେ ମୋତେ ଜିତାନ...