ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଜର୍ମାନ ବୈଦେଶିକ ମନ୍ତ୍ରୀଙ୍କୁ ସର୍ବସାଧାରଣରେ ଚୁମ୍ବନ ଦେଇ ବିବାଦରେ କ୍ରୋଏସିଆର ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଙ୍ଗାମା

ନୂଆଦିଲ୍ଲୀ,୬।୧୧: କ୍ରୋଏସିଆର ବୈଦେଶିକ ମନ୍ତ୍ରୀ ଗର୍ଡନ ଗ୍ରାଲିକ୍‌ ରେଡମ୍ୟାନ୍‌ ଏବେ ବିବାଦର ପରିସରରେ। ଜର୍ମାନର ବୈଦେଶିକ ମନ୍ତ୍ରୀ ଏନାଲେନା ବେୟରବଙ୍କୁ ସର୍ବସାଧାରଣରେ ଚୁମ୍ବନ ଦେବା ପରେ ଆରମ୍ଭ ହୋଇଛି ଏହି ବିବାଦ। ରେଡମ୍ୟାନ୍‌ ଜର୍ମାନୀର ରାଜଧାନୀ ବର୍ଲିନରେ ଆୟୋଜିତ ୟୁରୋପୀୟ ସଂଘର ସମ୍ବିଳନୀର ଏକ ଗ୍ରୁପ୍ ଫଟୋ ବେଳେ ହଠାତ୍ ଜର୍ମାନ ବୈଦେଶିକ ମନ୍ତ୍ରୀଙ୍କ ଗାଲକୁ ସର୍ବସାଧାରଣରେ ଚୁମ୍ବନ ଦେଇଥିଲେ। ଏଥିପାଇଁ ଏନାଲେନ୍ ନିଜକୁ ଖୁବ୍ ଅସହଜ ମନେ କରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ କ୍ରୋଏସିଆ ବୈଦେଶିକ ମନ୍ତ୍ରୀଙ୍କୁ ଚାରିଆଡୁ କରାଯାଇଥିଲା ସମାଲୋଚନା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ ରେଡମ୍ୟାନ୍ ଜର୍ମାନ ବୈଦେଶିକ ମନ୍ତ୍ରୀ ଏନାଲେନାଙ୍କ ଆଡକୁ ହାତ ମିଳାଇବା ପାଇଁ ବୁଲୁଛନ୍ତି ଓ ତାଙ୍କୁ ପରେ ଚୁମ୍ବନ କରୁଛନ୍ତି। ଭିଡିଓରେ ଏନାଲେନା ତାଙ୍କୁ ରୋକୁଥିବାର ଦେଖାଯାଉଛନ୍ତି। ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ଇୟୁ ଶିଖର ସମ୍ମଳନୀ ପାଇଁ ଏକ ବୈଠକ ପରେ ସବୁ ନେତା ଫଟୋସୁଟ୍ ପାଇଁ ଏକାଠି ହୋଇଥିଲେ।

କ୍ରୋଏସିଆ ବୈଦେଶିକ ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ କ୍ରୋଏସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଜନ୍ଦ୍ରାନକା କୋସୋର ସୋସିଆଲ ମିଡିଆରେ ରେଡମ୍ୟାନ୍‌ ଆଲୋଚନା କରିଛନ୍ତି। କୋସୋର କ୍ରୋଏସିଆ ଭାଷାରେ ଲେଖିଛନ୍ତି, ମହିଳାଙ୍କୁ ବଳପୂର୍ବକ ଚୁମ୍ବନ କରିବା ମଧ୍ୟ ହିଂସା କୁହାଯାଏ। ରିପୋର୍ଟ ଅନୁସାରେ, ରେଡମ୍ୟାନ୍‌ ଏହି ଘଟଣା ଉପରେ ନିଜ ସଫେଇ ଦେଇଛନ୍ତି। ସେ କହିଛନ୍ତି, ମୋତେ ଜଣାନାହିଁ କ’ଣ ସମସ୍ୟା ହେଲା.. ଆମେ ସବୁବେଳେ ପରସ୍ପରକୁ ଖୁବ୍  ଉତ୍ସାହର ସହିତ ସ୍ବାଗତ କରିଥାଉ।

Copyright © 2022 - Summa Real Media Private Limited. All Rights Reserved.