ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ତଦନ୍ତ ଆରମ୍ଭ

ଡେଲାଙ୍ଗ, ୦୯/୧୨ : ବିଳମ୍ବିତ ରାତିରେ ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଦାସାହି ନିକଟ ଗହୀର ମଧ୍ୟରେ ଥିବା ଧାନ ଜମିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ପ୍ରାୟ ୫୦ ହଜାର ଟଙ୍କାର ଧାନ ଜଳି ପାଉଁଶ ହୋଇଯାଇଛି। 

ସୂଚନାନୁଯାୟୀ, ଗୋଦାସାହି ଗ୍ରାମର ପ୍ରେମାନନ୍ଦ ଜେନା ନାମକ ଜଣେ ଚାଷୀ ଚଳିତ ବର୍ଷ ତାଙ୍କ ଜମିରେ ଧାନ ଚାଷ କରିଥିଲେ । ଧାନ କାଟି ଜମିରେ ଗଦା କରି ରଖିଥିବା ବେଳେ ଦୁର୍ବୃତ୍ତମାନେ ଆସି ଗତ ବିଳମ୍ବିତ ରାତିରେ ଧାନ ଗଦାରେ ନିଆଁ ଲଗେଇ ଦେଇଛନ୍ତି। ଖବର ପାଇ ପ୍ରେମାନନ୍ଦ ଓ ତାଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମିଶି ନିଆଁକୁ ଲିଭାଇଥିଲେ । ସକାଳୁ ନିଆଁ ଲାଗିଥିବା ଧାନ ଗଦା ମୂଳରେ ଦୁର୍ବୃତ୍ତ ନିଜର ଚପଲ ଛାଡ଼ି ଚାଲି ଯାଇଥିବା ଅନୁମାନ କରାଯାଉଛି । ନିଆଁ ଲାଗି ନଷ୍ଟ ହୋଇଥିବା ଧାନର ମୂଲ୍ୟ ପାଖା ପାଖି ୫୦,୦୦୦ ହଜାର ଟଙ୍କା ହେବ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ପ୍ରେମାନନ୍ଦ ହଇରାଜପୁରୁ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଅଭିଯୋଗକୁ ଭିତ୍ତିକରି ଫାଣ୍ଡି ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.