ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ସ୍ୱାସ୍ଥ୍ୟ ପାଇଁ ଉପକାରୀ କାକୁଡ଼ି ଜୁସ୍‌, ତ୍ୱଚା ହେବ ନରମ ଏବଂ ଉଜ୍ଜ୍ୱଳ...

ଭୁବନେଶ୍ୱର, ୨୭।୫: ଆଜିର ଏହି ପ୍ରଦୂଷିତ ପରିବେଷରେ ଅଧିକାଂଶ ଲୋକ ବ୍ରଣ ଏହଂ ଏହାର ଦାଗ ପାଇଁ ବହୁତ ଚିନ୍ତିତ । ଏଥିପାଇଁ ଆପଣ କାକୁଡ଼ିର ଜୁସ୍ ପିଇପାରିବେ । ଏହା ତ୍ୱଚା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭପ୍ରଦ । ସୁନ୍ଦର ଦେଖାଯିବା ପାଇଁ ଝିଅ ଏବଂ ପୁଅ ଅନେକ ପ୍ରୟାସ କରିଥାନ୍ତି । କିନ୍ତୁ, ବହୁତ ପ୍ରୟାସ ପରେ ମଧ୍ୟ ମୁହଁରୁ ବ୍ରଣ ଓ ଏହାର ଦାଗ କମିନଥାଏ । ବର୍ତ୍ତମାନ ଅଧିକାଂଶ ଲୋକଙ୍କଠାରେ ଏହି ସମସ୍ୟା ଦେଖାଯାଉଛି । ଏଭଳି ସମୟରେ ଦୈନିକ କାକୁଡ଼ିର ଜୁସ୍ ପିଇଲେ, ଏସବୁ ସମସ୍ୟା ଦୂର ହେବା ସହ ତ୍ୱଚାର ଚମକ ମଧ୍ୟ ବଢ଼ିଥାଏ । 

କାକୁଡ଼ି ଜୁସ୍‌ର ଲାଭ :

ନିଜ ଶୀତଳତ୍ୱ ଏବଂ ସବୁଜରଙ୍ଗ ପାଇଁ କାକୁଡ଼ିକୁ ଅନେକ ଲୋକ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଅଧିକାଂଶ ଲୋକ ଏହାକୁ ସାଲାଡ୍ ବା ପରିବା ରୂପେ ଖାଇଥାନ୍ତି । କିନ୍ତୁ, ବହୁତ କମ୍ ଲୋକ ଜାଣିଛନ୍ତି ଯେ, ପ୍ରତ୍ୟେକଦିନ କାକୁଡ଼ି ଜୁସ୍ ପିଇବାଦ୍ୱାରା ତ୍ୱଚାର ଦାଗ, କଳାପଣ ସହିତ ତ୍ୱଚା ସହ ଜଡ଼ିତ ଅନ୍ୟ ସମସ୍ୟାଗୁଡ଼ିକର ସମାଧାନ ହୋଇଥାଏ । ଏଥିରେ ଭଟାମିନ୍ ସି ଏବଂ ଆଣ୍ଟିଅକ୍ସିଡେଣ୍ଟର ପରିମାଣ ଅଧିକ ରହିଥାଏ, ଯାହା ତ୍ୱଚାକୁ ହାଇଡ୍ରେଟ୍ ରଖିବା ସହ ରଙ୍ଗ ମଧ୍ୟ ଗୋରା କରିଥାଏ । 

ସନ୍‌ବର୍ନ ଏବଂ ଟ୍ୟାନିଂରୁ ମୁକ୍ତି :

କାକୁଡ଼ିରେ ବ୍ଲିଚିଂର ଗୁଣ ମଧ୍ୟ ରହିଛି । ଖରାଦିନେ କାକୁଡ଼ିର ଜୁସ୍ ପିଇବା ଦ୍ୱାରା ସନ୍‌ବର୍ନ ଏବଂ ଟ୍ୟାନିଂରୁ ମୁକ୍ତି ମିଳିଥାଏ । ଏଥିସହିତ ଫୁଲିଥିବା ମୁହଁ, ଜଳାପୋଡ଼ା ଏବଂ ନାଲିପଣରୁ ରକ୍ଷା କରିଥାଏ ।

ସ୍ୱାସ୍ଥ୍ୟପାଇଁ ଲାଭପ୍ରଦ :

ଏହା ତ୍ୱଚା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଏହା ପାଚନକ୍ରିୟାରେ ସହାୟକ ହୋଇଥାଏ । ଏହା କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ଏସିଡିଟି ଭଳି ସମସ୍ୟାରୁ ଆରାମ ଦେଇଥାଏ । ପ୍ରତ୍ୟେକ ଦିନ କାକୁଡ଼ିରେ କଳା ଲୁଣ ପକାଇ ଗ୍ରହଣ କରିବା ଦ୍ୱାରା ଓଜନ କମିବାରେ ମଧ୍ୟ ସହାୟକ ହୋଇଥାଏ । 

ପ୍ରସ୍ତୁତି ପ୍ରଣାଳୀ :

କାକୁଡ଼ିର ଜୁସ୍‌କୁ ଯେକୌଣସି ସମୟରେ ପିଆଯାଇପାରିବ । କିନ୍ତୁ, ସକାଳୁ ଖାଲି ପେଟରେ ପିଇବା ସର୍ବୋତ୍ତମ । ଏହା ଖାଲିପେଟରେ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ଅତ୍ୟନ୍ତ ସହଜ । କାକୁଡ଼ିକୁ ଚୋପାସହ କାଟି ନେଇ ବ୍ଲେଣ୍ଡର୍ ସାହାଯ୍ୟରେ ଏହାର ଜୁସ୍ କାଢ଼ି ନିଅନ୍ତୁ । ଏଥିରେ ଲେମ୍ୱୁ ରସ ବା ପୋଦିନା ମଧ୍ୟ ମିଶାଇ ସେବନ କରିପାରିବେ । କିଛି ଲୋକଙ୍କୁ ଏହି ଜୁସ୍‌ରୁ ଆଲର୍ଜୀ ହୋଇପାରେ । ଏପରି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.