କଟକ,୧୬/୧୧: ବାଲିଯାତ୍ରାକୁ ଆଉ ୧୦ ଦିନ ବାକି ଥିବା ବେଳେ ବୁଧବାର ପ୍ଲଟ୍ ନିଲାମ ଶେଷ ହୋଇଛି । ମୋଟ୍ ୧୬ଶହ ପ୍ଲଟ୍ ଲାଗି ୮୯୪ଜଣ ବ୍ୟବସାୟୀ ପ୍ଲଟ୍ ହାସଲ କରିଛନ୍ତି । ବାରବାଟୀ ପ୍ୟାଲେସ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଡିଆର୍ଡିଏ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସ୍ୱରାଜ ଆଶ୍ରମ ଏବଂ ସିଡିଏ ସ୍ଥିତ ଡିଡି ପ୍ଲାନିଂ କାର୍ଯ୍ୟାଳୟରେ ୧୦ଟି କାଉଣ୍ଟର କରାଯାଇ ପ୍ଲଟ୍ ନିଲାମ ଶେଷ କରାଯାଇଛି ।
ଅନ୍ୟପକ୍ଷରେ ଆଜି ଉଦ୍ଘାଟନୀ ଓ ଉଦ୍ଯାପନୀ ଉତ୍ସବର ଅତିଥି ଚୂଡାନ୍ତ ହୋଇଛି । ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦ୍ଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ରାଜ୍ୟପାଳ ରଘୁବର ଦାସ ଉଦ୍ଯାପନୀ ସନ୍ଧ୍ୟାର ମୁଖ୍ୟ ଅତିଥି ରହିବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି ।