ନୂଆଦିଲ୍ଲୀ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ମଙ୍ଗଳବାର ( ୩ ସେପ୍ଟେମ୍ୱର) ୧,୪୪,୭୧୬ କୋଟି ଟଙ୍କାର ୧୦ଟି ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ (ଏଓଏନ୍) ଅନୁମୋଦନ ଦେଇ ସାରିଛି। ପ୍ରସ୍ତାବିତ କ୍ରୟ ମୋଟ ମୂଲ୍ୟର ୯୯ ପ୍ରତିଶତ ଭାରତୀୟ-ସ୍ୱଦେଶୀ ଭାବେ ପରିକଳ୍ପିତ, ବିକଶିତ ଏବଂ ଉତ୍ପାଦିତ। ଭାରତୀୟ ସେନାର ଟ୍ୟାଙ୍କ ଜାହାଜର ଆଧୁନିକୀକରଣ ପାଇଁ ଭବିଷ୍ୟତକୁ ପ୍ରସ୍ତୁତ ଯୁଦ୍ଧ ବାହାନ ( ଏଫଆରସିଭି)ର କ୍ରୟର ପ୍ରସ୍ତାବକୁ ଅନୁମୋଦନ ଦିଆଯାଇ ସାରିଛି।
ଏଫଆରସିଭି ଭବିଷ୍ୟତର ଏକ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ହେବ ଯାହା ଉନ୍ନତ ଗତିଶୀଳଚା , ସର୍ବ-ଭୂମି କ୍ଷମତା , ବହୁ ସ୍ତରୀୟ ସୁରକ୍ଷା , ସଠିକ ଏବଂ ଘାତକ ଫାୟର ତଥା ବାସ୍ତବିକ ସମୟରେ ପରିସ୍ଥିତି ପ୍ରତି ସଚେତନତା ହୋଇ ପାରିବ।
ଏୟାର ପ୍ରତିରକ୍ଷା ଅଗ୍ନି ନିୟନ୍ତ୍ରଣ ରାଡାରର କ୍ରୟ ପାଇଁ ମଧ୍ୟ ଅନୁମୋଦନ ଦିଆ ଯାଇଛି, ଯାହା ଏୟାର ଲକ୍ଷ୍ୟକୁ ଚିହ୍ନଟ କରିବ ଏବଂ ଏହାକୁ ଟ୍ରାକ୍ କରିବ ଏବଂ ଫାୟାରିଂର ସମାଧାନ ପ୍ରଦାନ କରିବ। ଫରୱାର୍ଡ ରିପେୟାର ଟିମ୍ (ଟ୍ରାକଡ୍) ପାଇଁ ମଧ୍ୟ ଏହି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି, ଯେଉଁଥିରେ ମେସିନ ଦ୍ୱାରା ସଞ୍ଚାଳନ ବେଳେ ଇନ-ସିଟୁ ମରାମତି ପାଇଁ ଉପଯୁକ୍ତ କ୍ରସ୍ କଣ୍ଟ୍ରି ଗତିଶୀଳତା ରହିଛି। ଏହି ଉପକରଣ ଆର୍ମର୍ଡ ଭାଇକଲ୍ସ ନିଗମ ଲିମିଟେଡ୍ ଦ୍ୱାରା ଡିଜାଇନ ଓ ବିକଶିତ କରାଯାଇଛି ଏବଂ ଏହା ଉଭୟ ମେକାନାଇଜଡ ଇନଫ୍ରାଣ୍ଟି ବାଟାଲିୟ ଓ ଆର୍ମର୍ଡ ରେଜିମେଣ୍ଟ ପାଇଁ ଅଧିକୃତ ରହିଛି। ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)ର ଦକ୍ଷତା ବୃଦ୍ଧି ପାଇଁ ତିନୋଟି ପ୍ରସ୍ତାବକୁ( ଏଓଏନ୍) ମଧ୍ୟ ଅନୁମୋଦନ ଦିଆଯାଇଛି।
ଡୋର୍ନିୟର -୨୨୮ ବିମାନ , ଖରାପ ପାଗର ସ୍ଥିତିରେ ଉଚ୍ଚ ପରିଚାଳନା ଯୁକ୍ତ , ଆଗାମୀ ପିଢିର ଫାଷ୍ଟ ପେଟ୍ରୋଲ ଭେସଲ ଓ ଉନ୍ନତ ଟେକନିକ୍ ଓ ଉନ୍ନତ ଦୂରଗାମୀ ସଞ୍ଚାଳନ ସହ, ଆଗାମୀ ପିଢିର ଅଫଶୋର ପାଟ୍ରୋଲିଂ ଜାହାଜ କ୍ରୟରେ ଆଇସିଜିର ସର୍ଭିଲାନ୍ସ , ସାମୁଦ୍ରିକ କ୍ଷେତ୍ରର ପାଟ୍ରୋଲିଂ , ସର୍ଚ୍ଚ ଓ ଉଦ୍ଧାର ଏବଂ ବିପର୍ଯ୍ୟୟ ରିଲିଫ ସଞ୍ଚାଳନ କରିବାର କ୍ଷମତା ବଢିଯିବ।