ଦାରିଙ୍ଗବାଡି,୩୦/୯(ଆପ୍ର): ୨ ବର୍ଷ ହେଲା ଟାୱାର କାମ ସରିଲାଣି ହେଲେ ଆଜି ପର୍ଯ୍ୟନ୍ତ ଲୋକେ ସେବା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଦାରିଙ୍ଗବାଡି ବ୍ଲକ ସିର୍କାବର୍ଗ ପଞ୍ଚାୟତ ରୁ ଆସିଛି କିଛି ଏଭଳି ଅଭିଯୋଗ । ସିର୍କାବର୍ଗ ପଞ୍ଚାୟତରେ ୨ ବର୍ଷ ହେବ ଟାୱାର କାମ ସରିଲାଣି । ହେଲେ ଆଜି ପର୍ଯ୍ୟନ୍ତ ଚାର୍ଜ ହେଉନାହିଁ । ଫଳରେ ସିର୍କାବର୍ଗ ପଞ୍ଚାୟତର ହଜାର ହଜାର ଲୋକ ନେଟୱର୍କରୁ ବଞ୍ଚିତ ହୋଇ ରହିଛନ୍ତି ।
କିଛି ଅନଲାଇନ କାମ କରିବା ପାଇଁ ହେଲେ ଲୋକେ ୨୫ କିଲୋମିଟର ଦୂର ଦାରିଙ୍ଗବାଡି ଆସି ନିଜର ଅନଲାଇନ କାମ କରନ୍ତି । ଫଳରେ ଲୋକେ ୫୦ ଟଙ୍କାର କାମ ପାଇଁ ୧୦୦ ଟଙ୍କା ଯାତାୟତ ଖର୍ଚ୍ଚ କରିବାକୁ ପଡୁଛି । ଏଭଳି ଭାବେ ଜରୁରୀ ସମୟ ରେ ଲୋକେ ହଠାତ୍ କାହାରିକୁ ଫୋନ ମଧ୍ୟ କରି ପାରୁନାହାନ୍ତି । ଯଦି କଲ କରିବାର ଅଛି ତାହାଲେ ୧୫ କିଲୋମିଟର ଦୂର ଦନେକବାଡ଼ି ଘାଟି କୁ ଆସି କଲ କରିବାକୁ ପଡ଼ୁଛି । ଏଣୁ ନେଟୱର୍କ ସେବା ଯୋଗାଇ ଦେବାକୁ ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଏକାଧିକ ଥର ଅଭିଯୋଗ କରିଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ । ଫଳରେ ସରପଞ୍ଚ ଓ ସମିତି ସଭ୍ୟ ଶ୍ୟାମଘନ ପ୍ରଧାନ ଦୁହେଁ ମିଶି କିଛି ଦିନ ତଳେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ ଭେଟି ଏନେଇ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।