ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଡିଜିଟାଲ ଅର୍ଥନୀତିରେ ଓଡ଼ିଶା ପଛୁଆ: ୩୮୫୩ ଗାଁରେ ମିଳୁନି ମୋବାଇଲ ସେବା

ଭୁବନେଶ୍ୱର,୧୦/୦୮: ଦେଶରେ ମୋବାଇଲ ସେବାକୁ ୨୮ ବର୍ଷ ପୂରିଲାଣି । ବିଡ଼ମ୍ବନା ଏହି ଯେ ଓଡ଼ିଶାର ୩୮୫୩  ଗାଁରେ ଏଯାଏ ମୋବାଇଲ ସେବା ଅପହଞ୍ଚ । ମୋବାଇଲ ସେବା ନଥିବାରୁ ଲୋକମାନେ ଯୋଗାଯୋଗ ପାଇଁ ହଇରାଣ ହରକତ  ହେଉଛନ୍ତି । ରାଜ୍ୟ ଡିଜିଟାଲ ଅର୍ଥନୀତିରେ  ମଧ୍ୟ ପଛରେ ପଡ଼ିଛି । ରାଜ୍ୟର ଦୁର୍ଗମ  ଅଞ୍ଚଳରେ ଯେଉଁଠି ଟେଲି ସେବା ନାହିଁ  ମୋବାଇଲ ସେବା ପହଞ୍ଚାଇବାକୁ ରାଜ୍ୟ  ଦାବି କରିଆସୁଛି । କେନ୍ଦ୍ର ସରକାର ଏ  ଦିଗରେ ପଦକ୍ଷେପ ନେଇ ଖୁବଶୀଘ୍ର ସବୁ  ଗାଁକୁ ମୋବାଇଲ ସେବା ପହଞ୍ଚାଇବେ ବୋଲି  ପ୍ରତିଶ୍ରୁତି ଦେଇଛନ୍ତି । 

ଓଡ଼ିଶାରେ ଏବେ ୩ କୋଟି ୩୭  ଲକ୍ଷ ମୋବାଇଲ ଉପଭୋକ୍ତା ଅଛନ୍ତି ।  ଗ୍ରାମାଞ୍ଚଳରେ ଅଛନ୍ତି ୨.୨୩ କୋଟି ।  ଉପଭୋକ୍ତା ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି ।  ରାଜ୍ୟରେ ଇଣ୍ଟରନେଟ୍‌ ଗ୍ରାହକଙ୍କ ସଂଖ୍ୟା  ଗତ ୬ ବର୍ଷରେ ଅଢ଼େଇ ଗୁଣ ବଢ଼ିଛି ।  ଏବେ ରାଜ୍ୟରେ ପ୍ରତି ୧୦୦ ଲୋକରେ ୫୨  ଜଣ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି ।  ଜାତୀୟ ହାର କିନ୍ତୁ ରହିଛି ୬୪ । ଜାତୀୟ  ହାରଠାରୁ ଓଡ଼ିଶାରେ ଟେଲି ସାନ୍ଦ୍ରତା,  ମୋବାଇଲ ଗ୍ରାହକ ଓ ଇଣ୍ଟରନେଟ୍‌  ବ୍ୟବହାରକାରୀ ସଂଖ୍ୟା ଢେର କମ୍‌ ରହିଛି । 

ସରକାରୀ ସୂଚନା କହୁଛି, ଗତ  ଏପ୍ରିଲ ମାସ ସୁଦ୍ଧା ଓଡ଼ିଶାର ୫୧ ହଜାର  ୧୭୬ ଗାଁରୁ ୪୭,୩୨୩ ଗାଁରେ ମିଳୁଛି  ମୋବାଇଲ ନେଟୱର୍କ। ବାକି ୩୮୫୩ ଗାଁ  ଏଥିରୁ ବଞ୍ଚିତ । ୪୬ ହଜାର ୫୦ ଗାଁରେ  ୩ଜି/୪ଜି ମୋବାଇଲ ସେବା ମିଳୁଛି ।  ରାଜ୍ୟର ୬,୭୮୮ ପଞ୍ଚାୟତ ମଧ୍ୟରୁ  ଭାରତନେଟ୍‌ରେ ୬,୭୮୫କୁ ସଂଯୋଗ  କରାଯାଇଛି । ଟେଲି ଯୋଗାଯୋଗ ହେଉଛି ଡିଜିଟାଲ ଅର୍ଥନୀତିର ବଡ଼ ମାଧ୍ୟମ। ରାଜ୍ୟରେ  ମୋବାଇଲ ଟେଲି ସାନ୍ଦ୍ରତା ୭୫.୫  ରହିଛି । ସର୍ବଭାରତୀୟସ୍ତରରେ ଏହି ହାର  କିନ୍ତୁ ୮୪.୫ । ଓଡ଼ିଶାରେ ଗ୍ରାମୀଣ ଟେଲି  ଘନତ୍ୱ ୬୩% ଛୁଇଁଛି । ୧୦ ବର୍ଷରେ  ଏଥିରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି ।  ରାଜ୍ୟରେ ବିଶେଷ କରି ନକ୍ସଲ ପ୍ରଭାବିତ ଗାଁଗୁଡିକୁ ତୁରନ୍ତ ମୋବାଇଲ୍‌ ସେବା ଉପଲବ୍ଧ କରାଇବା ଉପରେ ଉଭୟ କେନ୍ଦ୍ର  ଓ ରାଜ୍ୟ ସରକାର ଜୋର୍‌ ଦେଉଛନ୍ତି । ଅଭିଯୋଗ ହେଉଛି ଯେ ଅଧିକାଂଶ  ଗାଁରେ ମୋବାଇଲ୍‌ ସଂଯୋଗ ଥିଲେ ମଧ୍ୟ  ନେଟ୍‌ୱର୍କ ଅତି ଦୁର୍ବଳ । ଲୋକମାନେ ଡିଜିଟାଲ ପେମେଣ୍ଟ ଭଳି ସେବାରୁ ବଞ୍ଚିତ ହେଉଛନ୍ତି । 

ମୋବାଇଲ ସେବାରେ ଉନ୍ନତି  ଆଣିବାକୁ ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ  ଫଣ୍ଡ୍‌ (ୟୁଏସ୍‌ଓଏଫ୍‌)ରୁ ପାଣ୍ଠି କେନ୍ଦ୍ର  ଯୋଗାଇ ଅଧିକ ମୋବାଇଲ ନେଟ୍‌ୱର୍କ  ସହ ବ୍ରଡବ୍ୟାଣ୍ଡ ସେବାରେ ଉନ୍ନତି  ଆଣିବାକୁ ପଦକ୍ଷେପ ନେଉଛନ୍ତି । ଏଥିପ୍ରତି  କେନ୍ଦ୍ର ଧ୍ୟାନ ଦେବାକୁ ବାରମ୍ବାର ଓଡ଼ିଶା  ସରକାର ଦାବି କରି ଆସୁଛନ୍ତି । ଡିଜିଟାଲ  ଯୋଗାଯୋଗ ଭିତ୍ତିଭୂମି ବଢ଼ାଇବାକୁ ଜାତୀୟ  ବ୍ରଡ୍‌ବ୍ୟାଣ୍ଡ ମିଶନ ସହ ଗତିଶକ୍ତି ସଂଚାର  ପୋର୍ଟାଲ ଜରିଆରେ କେନ୍ଦ୍ର ସରକାର  ପଦକ୍ଷେପ ନେଉଛନ୍ତି । ‘ଫିନ୍‌ଟେକ୍‌’ ଓ  ‘ଏଡଟେକ୍‌’କୁ ଆଗକୁ ବଢ଼ାଇ ରାଜ୍ୟରେ ଡିଜିଟାଲ ଅର୍ଥନୀତିକୁ ସୁଦୃଢ଼ କରିବାକୁ  ମଧ୍ୟ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.