ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

କ’ଣ ଜାଣନ୍ତି କି ଏଟିଏମ୍‌ କାର୍ଡରେ ମିଳିଥାଏ ୧୦ ଲକ୍ଷ ପର୍ଯ୍ୟନ୍ତ ବୀମା ? ଏପରି କରିପାରିବେ କ୍ଲେମ୍‌

ନୂଆଦିଲ୍ଲୀ,୨।୯: ଆଜିର ସମୟରେ ଏଟିଏମ୍‌ କାର୍ଡ ପ୍ରତି ବ୍ୟକ୍ତିଙ୍କ ଦରକାରୀ ଜିନିଷ ପାଲଟି ଯାଇଛି। ପକେଟ୍‌ରେ ମୋଟା ଅଙ୍କର ଟଙ୍କା ରଖିବା ବଦଳରେ ଏଟିଏମ୍ କାର୍ଡ ନେଉଛନ୍ତି ଲୋକେ।   କିନ୍ତୁ ଆପଣ କ’ଣ ଜାଣନ୍ତ କି ବ୍ୟାଙ୍କରୁ ଯେତେବେଳେ ଆପଣଙ୍କ ପାଇଁ ଏଟିଏମ୍ କାଡଁ ଜାରି ହୋଇଥାଏ, ସେଭଳି ଗ୍ରାହକଙ୍କୁ ଦୁର୍ଘଟଣା ବୀମା ଓ ଅସମୟ ମୃତ୍ୟୁର ବୀମା ମିଳିଯାଇଥାଏ। କିନ୍ତୁ ଏହାର ସୂଚନା ଖୁବ୍ କମ୍ ଲୋକଙ୍କ ପାଖରେ ଥାଏ ଓ ବ୍ୟାଙ୍କ ଗ୍ରାହକଙ୍କୁ ଏଭଳି ସୂଚନା ଦେଇନଥାଏ।

ବିହାରର ପରିବହନ ବିଭାଗ ସଚିବ ସଞ୍ଜୟ କୁମାର ଅଗ୍ରଓ୍ବାଲ କହିଛନ୍ତି ଯେ, ବ୍ୟାଙ୍କ ଯେତେବେଳେ କୌଣସି ଗ୍ରାହକଙ୍କ ଏଟିଏମ୍ କାର୍ଡ ଜାରି କରିଥାଏ, ତା ସହିତ ଗ୍ରାହକଙ୍କୁ ଦୁର୍ଘଟଣା କିମ୍ବା ଅସମୟ ମୃତ୍ୟୁର ବୀମା ମିଳିଯାଇଥାଏ। କିନ୍ତୁ ସୂଚନା ଅଭାବରୁ ଏଟିଏମ୍ କାର୍ଡ ଧାରକଙ୍କ ଦୁର୍ଘଟଣା କିମ୍ବା ଅସମୟ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ ବୀମାର ଲାଭ ମିଳିପାରିନଥାଏ। ସେ କହିଛନ୍ତି, ଦୁର୍ଘଟଣାର ଏକ ମାସ ଭିତରେ ଏଟିଏମ୍ କାର୍ଡ ଧାରକ ସେହି ବ୍ୟାଙ୍କ ଶାଖାରେ ଆବେଦନ କରି ପାରିବେ। କ୍ଲେମ କରିବାର ସୂଚନା ପରିବହନ ବିଭାଗର ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ। ସଞ୍ଜୟ ଅଗ୍ରଓ୍ବାଲ ବ୍ୟାଙ୍କକୁ କହିଛନ୍ତି ସେମାନେ ନିଜ ଗ୍ରାହକଙ୍କୁ ଏହି ସୁବିଧା ବିଷୟରେ କୁହନ୍ତୁ ଓ ଏହାର ପ୍ରଚାର ପ୍ରସାର କରନ୍ତୁ, ଯାହାଫଳରେ ଦୁର୍ଘଟଣାରେ କୌଣସି ପୀଡିତ କିମ୍ବା ମୃତକଙ୍କ ପରିବାର ଲୋକଙ୍କୁ ଲାଭ ମିଳିପାରିବ।

କେଉଁ ଏଟିଏମ୍‌ରେ କେତେ ଟଙ୍କାର ବୀମା? 

ଉଲ୍ଲେଖନୀୟ ଯେ, ଏଟିଏମ୍‌ କାର୍ଡ ହିସାବରେ ଦୁର୍ଘଟଣା ଓ ଅସମୟ ମୃତ୍ୟୁର ବୀମା ମିଳିଥାଏ। ନିୟମ ଅନୁସାରେ, ଗ୍ରାହକ କୌଣସି ରାଷ୍ଟ୍ରାୟତ/ ଅଣ ରାଷ୍ଟ୍ରାୟତ ବ୍ୟାଙ୍କର ଏଟିଏମ୍‌କୁ ୪୫ ଦିନ ହେବ ବ୍ୟବହାର କରୁଥିବେ। ଏଟିଏମ୍ କାର୍ଡର କାଟାଗୋରୀ ଅନୁସାରେ, ଇନସ୍ୟୁରାନ୍ସର ଟଙ୍କା ଦିଆଯାଇଥାଏ। କ୍ଲାସିକାଲ କାର୍ଡରେ ଏକ ଲକ୍ଷ, ପ୍ଲାଟିନମ୍‌ କାର୍ଡରେ ୨ ଲକ୍ଷ, ସାମାନ୍ୟ ମାଷ୍ଟର କାର୍ଡ ଉପରେ ୫୦ ହଜାର, ପ୍ଲାଟିନମ୍ ମାଷ୍ଟର କାର୍ଡରେ ୫ ଲକ୍ଷ, ଭିସା କାର୍ଡରେ ଦେଢ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ଇନ୍ସୁରାନ୍ସ କଭରେଜ୍ ମିଳିଥାଏ। ସେଭଳି ରୁପେ କାର୍ଡରେ ୧ରୁ ୨ ଲକ୍ଷ ପର୍ଯ୍ୟନ୍ତ ବୀମା ମିଳିଥାଏ।

କେଉଁ ସ୍ଥିତିରେ କେତେ ଟଙ୍କାର ବୀମା ?

ଯଦି ଏଟିଏମ୍‌ କାର୍ଡ ଧାରକ କୌଣସି ଦୁର୍ଘଟଣାର ଶିକାର ହୁଅନ୍ତି। ଯିଏକି ତାଙ୍କ ହାତ କିମ୍ବା ଗୋଡ ହରାଇଥାନ୍ତି କିମ୍ବା ଦିବ୍ୟାଙ୍ଗ ହୋଇଥାନ୍ତି। ତାଙ୍କୁ ୫୦ ହଜାର ଟଙ୍କାର ବୀମା ମିଳିଥାଏ। ଦୁଇ ହାତ କିମ୍ବା ଦୁଇ ଗୋଡ ହରାଇଥିଲେ ୧ ଲକ୍ଷ ଟଙ୍କାର ବୀମା ମିଳିଥାଏ। ସେଭଳି ମୃତ୍ୟୁ ପରେ କାର୍ଡ ହିସାବରେ ୫ ଲକ୍ଷ ପର୍ଯ୍ୟନ୍ତ ବୀମା କଭରେଜ୍ ମିଳିବାର ନିୟମ ରହିଛି।

ଏଟିଏମ୍ କାର୍ଡରେ ମିଳୁଥିବା ଇନସ୍ୟୁରାନ୍ସକୁ କ୍ଲେମ୍ କରିବା ପାଇଁ କାର୍ଡଧାରକଙ୍କ ନୋମିନିଙ୍କୁ ସମ୍ପର୍କିତ ବ୍ୟାଙ୍କ ଶାଖାରେ ଆବେଦନ କରିବାକୁ ପଡିଥାଏ। ଯେଉଁଥିରେ ଏଫ୍‌ଆଇଆରର କପି, ଚିକିତ୍ସା ପ୍ରମାଣପତ୍ର ଭଳି କାଗଜ ପତ୍ର ଜମା କରିବାକୁ ପଡିଥାଏ। ଏହାର କିଛି ଦିନରେ ବୀମା କ୍ଲେମ ଖାତାକୁ ଆସିଥାଏ। ସେଭଳି ମୃତ୍ୟୁ ସ୍ଥିତିରେ କାର୍ଡ ହୋଲ୍ଡରଙ୍କ ନୋମିନିଙ୍କ ଡେଥ୍‌ ସାର୍ଟିପିକେଟ୍‌, ଏଫ୍‌ଆଇଆର କପି, ଆଶ୍ରିତଙ୍କ ପ୍ରମାଣ ପତ୍ର, ମୃତକଙ୍କ ପ୍ରମାଣ ପତ୍ର ଜମା କରିବାକୁ ପଡିଥାଏ। ଏହି ପୁରା ପ୍ରୋସେସ୍ ପରେ ବୀମାର ଲାଭ ମିଳିଥାଏ।

  • Insurance
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.