ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର, ପୂରଣ ହେବ ବିଶ୍ୱସ୍ତରୀୟ ଭୁବନେଶ୍ୱର, କଟକ ଓ ପୁରୀ ରେଳ ଷ୍ଟେସନ ସ୍ୱପ୍ନ

ଭୁବନେଶ୍ୱର, ୦୮/୦୬ : ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର । ତେଣୁ ଏଥର ରାଜ୍ୟରେ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ହେବ । ଜମି ଅଧିଗ୍ରହଣ ନାମରେ ଆଉ ଅଟକିବନି କାମ । ବିଶେଷ କରି ୧୯୯୮-୯୯ରୁ ଆରମ୍ଭ ହୋଇଥିବା ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ ଏବେ ବିଜୁଳି ବେଗରେ ଚାଲିବ । ପ୍ରଥମ ଥର ପାଇଁ ଏହି ଲାଇନରେ ଟ୍ରେନ୍‌ ଚାଲିବା ସ୍ୱପ୍ନ ପୂରଣ ହେବ । କେବଳ ଖୋର୍ଦ୍ଧା-ବଲାଙ୍ଗୀର ନୁହେଁ, ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ଆଗେଇବ । ଜଙ୍ଗଲ ଜମି ଉପରେ ରେଳ ଚାଲିବା ଅନୁମତି ଆଉ ଅଟକିବ ନାହିଁ । ଓଡ଼ିଶାରେ ରେଳ ଲାଇନ୍‌ ପହଞ୍ଚି ନଥିବା ଅଞ୍ଚଳରେ ରେଳ ଗଡ଼ିବ । ରାଜ୍ୟରେ ୫୯ ଅମ୍ରିତ ଷ୍ଟେସନ କାମ ବି ଶୀଘ୍ର ସରିବ । 

ବିଶ୍ୱସ୍ତରୀୟ ଭୁବନେଶ୍ୱର ରେଳ ଷ୍ଟେସନ ସ୍ୱପ୍ନ ପୂରଣ ହେବ । ଭୁବନେଶ୍ୱର ଷ୍ଟେସନ କାମ ଯାହା ୨୦୨୫ରେ ସରିବାକୁ ଥିଲା ତାହା ଚଳିତବର୍ଷ ଶେଷ ସୁଦ୍ଧା ଲୋକାର୍ପଣ କରିବ ରେଳ ବିଭାଗ । ଏବେ ଏହି କାମକୁ ଜୋରଦାର କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା କରିବେ । ପୂର୍ବରୁ ଭୁବନେଶ୍ୱର ଷ୍ଟେସନ କାମ ପୂର୍ବତଟ ରେଳପଥ ଓ ବିଡିଏ ମିଳିତ ଭାବେ କରିବା ପାଇଁ ରାଜିନାମା ସ୍ୱାକ୍ଷର ହୋଇଥିଲା । ମାତ୍ର ପରେ ବିଡିଏ ଓହରି ଯାଇଥିଲା । ମଲ୍ଡି ମୋଡାଲ୍‌ ହବ୍‌ ସ୍ୱପ୍ନ ଭାଙ୍ଗି ଯାଇଥିଲା । ଯାହା ଏବେ ପୁଣି ହୋଇପାରିବ । ଭୁବନେଶ୍ୱର ବିଶ୍ୱସ୍ତରୀୟ ଷ୍ଟେସନ ହେବା ପରେ ଏପାଖରୁ ସେପାଖ ଯୋଡିଯିବ । ଚାଲିକି ଯାଇପାରିବେ ଲୋକେ । ଏକାଧିକ ଏକ୍ସାଲେଟର୍‌ ଲାଗିବ । ବିମାନବନ୍ଦର ଭଳି ସୁବିଧା ଷ୍ଟେସନରେ ମିଳିବ । କଟକ ଓ ପୁରୀ ଷ୍ଟେସନ ବି ବିଶ୍ୱସ୍ତରୀୟ ହେବା ସହିତ ସମସ୍ତ ସୁବିଧା ମିଳିବ । ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ରାୟଗଡ଼ା, କୋରାପୁଟ, ବଲାଙ୍ଗୀର, ବରଗଡ଼, ବ୍ରହ୍ମପୁର, ପାରଳାଖେମୁଣ୍ଡି, ଭଦ୍ରକ, ଯାଜପୁର ରୋଡ୍‌, ତାଳଚେର, ଅନୁଗୁଳ, କେନ୍ଦୁଝର, ପାରାଦୀପ ଓ ଖୋର୍ଦ୍ଧାରୋଡ୍‌ ଷ୍ଟେସନ ବି ଅମ୍ରିତ ଭାରତ ଯୋଜନାରେ ଉନ୍ନତିକରଣ କରାଯିବ । ଯାହାର କାମ ଦ୍ରୁତ ଗତିରେ ଆଗେଇବ । 

ଓଡ଼ିଶାରେ ଶୀଘ୍ର ବନ୍ଦେ ମେଟ୍ରୋ ଟ୍ରେନ୍‌ ଚାଲିବ । ପୂର୍ବରୁ କଟକ-ପୁରୀ ଓ ଭୁବନେଶ୍ୱର ମଧ୍ୟରେ ଏହା ଚାଲିବାକୁ ଯୋଜନା ଥିବାବେଳେ ଏବେ ଏହା ପାରାଦୀପ-ହରିଦାସପୁର ଲାଇନରେ ବି ଚାଲିବ । ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ନେଇ ସୂଚନା ଦେଇଥିଲେ । ରାଜ୍ୟରେ ଚାଲିଥିବା ଅନ୍ୟ ରେଳ ଲାଇନ୍‌ କାମଗୁଡିକ ବି ଆଗେଇବ । ଜୟପୁର- ନବରଙ୍ଗପୁର, ଜୟପୁର-ମାଲକାନଗିରି, ପୁରୀ-କୋଣାର୍କ ଓ ବ୍ରହ୍ମପୁର-ସମ୍ବଲପୁର ରେଳ ଲାଇନ କାମ ଜୋର ଧରିବ । ଟିଟଲାଗଡବିଜୟନଗରମ ତୃତୀୟ ଲାଇନ, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ, ଜରପଡା-ବୁଢ଼ାପଙ୍କ ତୃତୀୟ ଏବଂ ଚତୁର୍ଥ ଲାଇନ, ବୁଢ଼ାପଙ୍କ-ଶାଳଗାଁ ତୃତୀୟ ଏବଂ ଚତୁର୍ଥ ଲାଇନ, ଝାରସୁଗୁଡାବିଳାସପୁର ଚତୁର୍ଥ ଲାଇନ, ରାଉରକେଲାଝାରସୁଗୁଡା ତୃତୀୟ ଲାଇନ, ଭଦ୍ରକ-ବିଜୟ ନଗରମ ତୃତୀୟ ଲାଇନ ଓ ରାଉରକେଲାବଣ୍ଡମୁଣ୍ଡା ପଞ୍ଚମ ଲାଇନ କାମ ବି ଶୀଘ୍ର ସରିବ ବୋଲି ଓଡ଼ିଶା ରେଲ୍‌ ୟୁଜର୍ସ ମଲ୍ଟି ମୋଡାଲ୍‌ କନେକ୍ଟିଭିଟି ଫୋରମ୍‌ ଆଶା ପ୍ରକଟ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.