ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସିଡିଟି ସମସ୍ୟା ରହିଛି କି ? ଏହି ସମସ୍ୟା ପାଇଁ କିଛି ଘରୋଇ ଉପଚାର...

ନୂଆଦିଲ୍ଲୀ, ୧୩।୧୧: ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ସେବନ, ଅଧିକ ସମୟ ଧରି ଭୋକଉପାସରେ ରହିବା, ଅଧିକ ମାତ୍ରାରେ ଚା’, କଫିର ସେବନ ଯୋଗୁଁ ଗ୍ୟାସ୍ ଓ ଏସିଡିଟି ଭଳି ସମସ୍ୟା ଦେଖାଦିଏ । ଏଥିଯୋଗୁଁ ଛାତିରେ ଜଳାପୋଡ଼ା, ପେଟ ଯନ୍ତ୍ରଣା, ମୁଣ୍ଡ ବିନ୍ଧିବା ଆଦି ଲକ୍ଷଣ ଦେଖାଯାଏ । ଏଥିରୁ ନିସ୍ତାର ପାଇବା ପାଇଁ ଅନେକ ଲୋକ ଔଷଧ ମଧ୍ୟ ଖାଇଥାନ୍ତି । ରୋଷେଇ ଘରେ ଥିବା ଅନେକ ଏଭଳି ଜିନିଷ ଯେଉଁଥିରୁ ଏସିଡିଟି ଭଳି ସମସ୍ୟାର ଘରୋଇ ଜିନିଷରୁ ଏ ସମସ୍ୟାରୁ ମୁକ୍ତି ପାଇହେବ । ଆସନ୍ତୁ, ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ । 

ପାଣି : ଅନେକ ସମୟରେ ପାଣି କମ୍ ପିଇବା ଯୋଗୁଁ ଏସିଡିଟି ସମସ୍ୟା ଦେଖାଦେଇଥାଏ । ନିୟମିତ ୭ରୁ ୮ ଗ୍ଲାସ୍ ପାଣି ପିଇବା ଜରୁରୀ । ପାଣି ଏସିଡ୍‌କୁ ବାହାର କରିଦିଏ । ଏଥିଯୋଗୁଁ ଏସିଡିଟି ସମସ୍ୟାରୁ ଆରାମ ମିଳେ । 

ପାନମଧୁରୀ : ଏହା ଏସିଡିଟି ପାଇଁ ଭଲ ହୋଇଥାଏ । ପାନମଧୁରୀକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଏସିଡିଟି ଭଲ ହୋଇଥାଏ । 

କଦଳୀ : ଯେଉଁ ଲୋକମାନଙ୍କୁ ଖାଦ୍ୟ ଖାଇବା ପରେ ଏସିଡିଟି ସମସ୍ୟା ଦେଖାଯାଉଛି, ସେମାନେ ନିୟମିତ କଦଳୀ ଖାଇବା ଆବଶ୍ୟକ । କଦଳୀରେ ଥିବା ପେକଟିନ୍ ନାମକ ତତ୍ତ୍ୱ ହଜମ ଶକ୍ତି ବଢ଼ାଏ । 

ଅଦା : ଦୀର୍ଘ ଦିନ ଧରି ଏସିଡିଟି ସମସ୍ୟା ଥିଲେ ଅଦା ଖାଆନ୍ତୁ । ଏହାଦ୍ୱାରା ପାଚନ କ୍ରିୟା ଭଲହୁଏ । 

ଏହାବାଦ୍ ଏସିଡିଟି ସମସ୍ୟାକୁ ଦୂରେଇ ଦେବା ପାଇଁ ଯେତେ ସମ୍ଭବ ଖାଦ୍ୟକୁ ଚୋବାଇ ଖାଇବା ଆବଶ୍ୟକ । ଖାଦ୍ୟକୁ ଗିଳିଦେଉଥିଲେ ଲାଳ ଖାଦ୍ୟରେ ମିଶିପାରେନାହିଁ । ଏଥିଯୋଗୁଁ ଖାଦ୍ୟ ହଜମ ହୋଇପାରେନାହିଁ । ଯାହା ଫଳରେ ଏସିଡିଟି ଭଳି ସମସ୍ୟା ଦେଖାଦିଏ । ପ୍ରତ୍ୟେକ ଦୁଇରୁ ତିନି ଘଣ୍ଟା ବ୍ୟବଧାନରେ ଖାଦ୍ୟ ଖାଇବା ଆବଶ୍ୟକ । ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଜରୁରୀ । ଏହାଦ୍ୱାରା ଖାଦ୍ୟ ଉତ୍ତମ ରୂପେ ହଜମ ହୋଇଥାଏ । ଖାଦ୍ୟ ଖାଇ ସାରିବା ପରେ ତୁରନ୍ତ କୋଲ୍ଡଡ୍ରିଙ୍କ୍ସ ପିଅନ୍ତୁ ନାହିଁ । ଏହାଦ୍ୱାରା ପାଚନ ରସର ପ୍ରଭାବ କମିଯାଏ । ଫଳରେ ଏସିଡଟି ସମସ୍ୟା ଦେଖାଦିଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.