ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏସ୍ ଆଶିଷ ସିଂହଙ୍କ ବଢ଼ିଲା ଅଡୁଆ, ଭୁଲ ତଥ୍ୟ ଦେଇଥିବାରୁ ଇସିଆଇ ଦେଲେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର ୦୮/୦୬: ଆଇପିଏସ୍ ଆଶିଷ ସିଂହଙ୍କ ଉପରେ ଆକ୍ସନ୍ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଭାରତୀୟ ନିର୍ବାଚନ କମିସନ ।  ସ୍ୱାସ୍ଥ୍ୟକୁ ନେଇ ଆଶିଷ ସିଂହ ଭୁଲ ତଥ୍ୟ ଦେଇଥିବାରୁ ଇସିଆଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । 

ଆଇପିଏସ ଆଶିଷ ସିଂହଙ୍କ ମେଡିକାଲ ଯାଞ୍ଚ ପାଇଁ ଗଠିତ ଏମ୍ସ ମେଡିକାଲ ବୋର୍ଡର ରିପୋର୍ଟ ଆସିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏମ୍‌ସ ମେଡିକାଲ ବୋର୍ଡର ରିପୋର୍ଟ ଅନୁସାରେ ଆଶିଷ ସିଂହ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ଅଛନ୍ତି । ପୂର୍ବରୁ ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଶିଷ ସିଂହ। ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । 

ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିସନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର ଏମସ ପକ୍ଷରୁ ଏକ ମେଡିକାଲ ବୋର୍ଡ ଗଠନ କରି ଆଶିଷ ସିଂହ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ସୁସ୍ଥ ଥିବା ରିପୋର୍ଟ ଦିଆଯାଇଛି । 

ସେପଟେ ବରିଷ୍ଠ ଆଇପିଏସ ଡିଏସ କୁଟେଙ୍କ ନିଲମ୍ବନକୁ ହଟାଯାଇଛି । ନିଲମ୍ବନ ହଟିବା ପରେ ଆଗାମୀ ପୋଷ୍ଟିଂ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ତେବେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.