ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ମିଶନ ଶକ୍ତି ଦ୍ୱାରା ଏକ ପେଡ ମା’ କି ନାମ କାର୍ଯ୍ୟକ୍ରମ

ଚନ୍ଦାହାଣ୍ଡି ,୨୭।୬ - ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକଙ୍କ  ତତ୍ତ୍ବାବଧାନରେ   ବ୍ଲକ ମିଶନ ଶକ୍ତି ମହାସଂଘ, ର ସଦସ୍ୟା ଏବଂ କାର୍ଯ୍ୟକର୍ତ୍ତା ଚନ୍ଦାହାଣ୍ଡି ବ୍ଲକରେ ଏକ ମା’ କି ଏକ ପେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l   ମହାସଂଘର ସଭାନେତ୍ରୀ ଗୌରୀ ବେହେରା ସମ୍ପାଦିକା ପ୍ରତିମା ଦାସ ଏବଂ ବ୍ଲକ ଜୀବିକା ମିଶନ ସଂଯୋଜକ ସରୋଜ କୁମାର ସାହୁ ଙ୍କ ଆହ୍ୱାନ କ୍ରମେ ଚନ୍ଦାହାଣ୍ଡି ବ୍ଲକର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ସମ୍ପାଦିକାଙ୍କ ସମେତ  ଗୋଷ୍ଠୀର ସମସ୍ତ ସଦସ୍ୟା ଏବଂ ବିଏଲଏଫ ସଦସ୍ୟାମାନେ  ଏଥିରେ ଯୋଗ ଦେଇ ବ୍ଲକ  ପରିସର ମଧ୍ୟରେ ବୃକ୍ଷରୋପଣ  କରିଥିଲେ l  

ପ୍ରତି ମା’ ଯେପରି ନିଜ ଜନ୍ମିତ ଛୁଆ ଙ୍କୁ ଲାଳନ ପାଳନ,  ସ୍ନେହ ସମ୍ପର୍କ ରେ ବଢ଼ାଇ ଥାଏ ସେହି ପରି ପ୍ରତି ମା’ ନିଜ ଛୁଆ କୁ ଯତ୍ନ କଳା ଭଳି ଗୋଟିଏ ବୃକ୍ଷ ରୋପଣ କରି ଗଛ ବଢ଼ାଇଲେ   ଚାରି ଆଡ଼େ ସବୁଜିମାରେ ପରିବେଶ ସୌନ୍ଦର୍ଯ୍ୟ ରେ ଝଳସି ଉଠିବା ସହ ପରିବେଶ ସଚେତ ରହିବ ବୋଲି    ବିଡି ଓ ରାମକୃଷ୍ଣ ନାୟକ  ସମସ୍ତ ଏସ ଏସ ଜି ସଦସ୍ୟା ଙ୍କୁ ଆହ୍ୱାନ ଦେବା ସହ  ମା ମାନଙ୍କ ସହ ନିଜେ ବୃକ୍ଷ ରୋପଣ କରି ଥିଲେ l  ସମାଜସେବୀ ତ୍ରିନାଥ ଦାଶ   ଏହା ଦ୍ୱାରା  ସ୍ୱୟଂ ସହାୟିକା ମା ମାନଙ୍କ ମଧ୍ୟ ରେ  ଏକତା ଭାବ ବଜାୟୀ ରହି ପାରିବ ବୋଲି ମତବ୍ୟକ୍ତ କରି ଥିଲେ l  ଏହି କାର୍ଯ୍ୟକ୍ରମ ରେ ମା ସନ୍ତୋଷୀ ଏସ ଏସ ଜି ଗ୍ରୁପ ର  ସଭାନେତ୍ରୀ   ଛବି ରାଣୀ ମାଝି, ସମ୍ପାଦିକା ମାଧବୀ ବେହେରା, ମା ପେଣ୍ଡରାଣୀ ଗ୍ରୁପ ଚନ୍ଦାହାଣ୍ଡି ସଭାନେତ୍ରୀ ବୃନ୍ଦା ମରକାମ, ସମ୍ପାଦିକା ଜାନକୀ ମାଝି, ଜାମପଡା ଏସ ଏସ ଜି  ମୁକ୍ତା ବିଶି, ମାଳତୀ ବିଶି  ଦଳବେଡା ମା ସନ୍ତୋଷୀ ଏସ ଏସ ଜି ସଭାନେତ୍ରୀ ଦେମତୀ ମାଝି, ସମ୍ପାଦିକା ରାମବତୀ ମାଝି ଏବଂ ଖପରାଡ଼ିହି ଵଜରଙ୍ଗ ବୋଲି ଏସ ଏସ ଜି ଗ୍ରୁପ ର ସମ୍ପାଦିକା ଗୁଡ଼ି ଦାସ   ଏବଂ ସମସ୍ତ ଏସ ଏସ ଜି ର ସଦସ୍ୟା ଯୋଗଦାନ କରି  ବୃକ୍ଷରୋପଣ କରି ଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.