ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜିଠୁ ଏକାମ୍ର ଉତ୍ସବ ,ଦୁଲୁକିବ ପ୍ରଦର୍ଶନୀ ପଡ଼ିଆ: ଝୁମାଇବେ ବଲିଉଡ୍, ଓଲିଉଡ୍ ସିିଙ୍ଗର୍, ୭ ଦିନ ଚାଲିବ ନନଷ୍ଟପ୍‌ ମନୋରଞ୍ଜନ

ଭୁବନେଶ୍ୱର,୦୩/୦୨: ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତର ମୂର୍ଚ୍ଛନାରୁ ଆରମ୍ଭ ହେବ ଏକାମ୍ର ଉତ୍ସବ । ଦୁଲୁକିବ ପ୍ରଦର୍ଶନୀ ପଡ଼ିଆ । ଏଥିପାଇଁ ଆଖିଝଲସା ସାଜସଜ୍ଜା । ମନୋରଞ୍ଜନର ଏହି ମେଗା କାର୍ଯ୍ୟକ୍ରମରେ ସାମିଲ ପାଇଁ ହାତ ଠାରି ଡାକୁଛି ପ୍ରଦର୍ଶନୀ ପଡ଼ିଆ । ୯ ତାରିଖ ଯାଏ ଚାଲିବ ନନଷ୍ଟପ୍‌ ମନୋରଞ୍ଜନ । ନାଚଗୀତ ସହ ଓଡ଼ିଆ ଖାଦ୍ୟର ଆସର, ଷ୍ଟୋରି ଟେଲିଂ ବା କାହାଣୀ ଶୁଣାଇବା କାର୍ଯ୍ୟକ୍ରମ ସହ ଭ୍ରମଣ(ଟ୍ରେଲସ୍‌) ଚାଲିବ । ସନ୍ଧ୍ୟା ୭ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ ।

୪ ତାରିଖରେ ସୁରେଶ ୱାଡେକର ଓ ଅନୁରାଧା ପୌଡୱାଲଙ୍କ ସଙ୍ଗୀତରେ ଲୋକେ ଝୁମିବେ । ୫ରେ ସନମ ପୁରୀ ଲାଇଭ୍‌ ହେବ । ୬ରେ ଅରୁଣା ମହାନ୍ତି ଓ ସାଥୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । କୁନା ତ୍ରିପାଠୀ ଓ ପ୍ରଜ୍ଞା ଶଙ୍କର ମଧ୍ୟ ଲୋକଙ୍କୁ ଝୁମାଇବେ ।  ୭ରେ ସୋନା ମହାପାତ୍ର, କ୍ରିଷ୍ଣା ବେଉରା ଓ ଋତୁରାଜ ମହାନ୍ତିଙ୍କ ସୋ’ ହେବ । ୮ରେ  ସୋନୁ ନିଗମ ଓଡ଼ିଆ ଗୀତ ଗାଇବେ । ୯ରେ ଜୁବିନ୍‌ ନୌଟିୟାଲଙ୍କ ଯାଦୁକରୀ କଣ୍ଠରେ ସମସ୍ତେ ଝୁମିବେ । ସେହିଭଳି ଏହି ପଡ଼ିଆକୁ ଲାଗି ଫୁଡ୍‌ ଫେଷ୍ଟିଭାଲ ‘ଆମ ବ୍ୟଞ୍ଜନ’ ରହିବ । ପାରମ୍ପରିକ ଓଡ଼ିଆ ଖାଦ୍ୟର ପସରା ମେଲିବ । ଷ୍ଟଲରେ ଆରିଶା ପିଠା, ମାଣ୍ଡିଆରୁ ପ୍ରସ୍ତୁତ ସାମଗ୍ରୀ, ଡାଲ୍‌ମା, ଘାଣ୍ଟ, ଛେନାପୋଡ଼, ରସଗୋଲା,  ଦହିବରା ଆଳୁଦମ୍‌, ଏଣ୍ଡୁରୀ ପିଠା ଭଳି ଖାଦ୍ୟ ସାମଗ୍ରୀ ମିଳିବ ।

ଆକର୍ଷଣ ସାଜିବ ନାଇଟ୍‌ ମାର୍କେଟ୍‌

ପୁଣି ଏକାମ୍ର ହାଟକୁ ଫେରୁଛି ରାତ୍ରିକାଳୀନ ବଜାର ବା ନାଇଟ୍‌ ମାର୍କେଟ୍‌ । ଏଥର ନାଇଟ୍‌ ମାର୍କେଟ୍‌ରେ ସ୍ଥାନୀୟ କାରିଗରଙ୍କ ସାମଗ୍ରୀ ପ୍ରଦର୍ଶନ ସହ ଓଡ଼ିଶାର ସଂସ୍କୃତି,ପରମ୍ପରା ଓ ଐତିହ୍ୟ ସହରବାସୀଙ୍କୁ ଦେଖାଇବାକୁ ଯୋଜନା ହୋଇଛି ।

ସ୍ଥାନୀୟ କାରିଗରଙ୍କୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର କୋଣ ଅନୁକୋଣରେ ସେମାନଙ୍କ ହାତ ତିଆରି ଜିନିଷ ଗ୍ରାହକଙ୍କ ପାଖରେ ପହଞ୍ଚାଯିବ । ବିଡିଏ ଏହାକୁ ଆୟୋଜନ କରୁଛି । ଫେବ୍ରୁଆରି ୩ ରୁ ୯ ତାରିଖ ଯାଏ ଏହା ଲୋକଙ୍କ ପାଇଁ ଖୋଲିବ । ଅପରାହ୍ନ ୪ଟାରୁ ରାତି ୧୧ଟା ଯାଏ  ଏହା ଖୋଲା ରହିବ ।

ନାଇଟ୍‌ ମାର୍କେଟ୍‌ରେ ଓଡ଼ିଶାର ବିଭିନ୍ନ ସ୍ଥାନର ଆଞ୍ଚଳିକ ହସ୍ତତନ୍ତ, ହସ୍ତଶିଳ୍ପ  ସାମଗ୍ରୀଠାରୁ ଆରମ୍ଭ କରି କାଠ ଓ ବିଭିନ୍ନ ଧାତୁରେ ତିଆରି ଗହଣା, ଖେଳଣା ମିଳିବ ।  ଓଡ଼ିଶାର ଲୋକକଳାକୁ ଏଠାରେ ପ୍ରଦର୍ଶିତ କରାଯିବ । କାରିଗରଙ୍କ ବିଭିନ୍ନ ହାତଗଢ଼ା ଉତ୍ପାଦ ବିକ୍ରି ସହିତ ପ୍ରତିଦିନ ଏକାମ୍ର ହାଟରେ ବିଭିନ୍ନ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ସ୍ଥାନୀୟ କଳାକାରଙ୍କ ଦ୍ୱାରା ଲୋକକଳା ଓ ଲାଇଭ୍‌ ମ୍ୟୁଜିକାଲ୍‌ ବ୍ୟାଣ୍ଡ ମଧ୍ୟ ପ୍ରଦର୍ଶିତ ହେବ । ଏଠାରେ କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଲୋକକଳା ନୃତ୍ୟ ଘୁମୁରା , ଖୋର୍ଦ୍ଧାର ପାରମ୍ପରିକ ଶଙ୍ଖ ଧ୍ୱନି, ସମ୍ବଲପୁରୀ ନୃତ୍ୟ ଓ ଷ୍ଟାଣ୍ଡ ଅପ୍‌ କମେଡି ଓ ଡିଜେ ବାଜା ବି ଶୁଣିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.