ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ନିର୍ବାଚନୀ ବଣ୍ଡ୍‌ ସହ ଜଡ଼ିତ ତଥ୍ୟ ପ୍ରକାଶ କଲେ ନିର୍ବାଚନ ଆୟୋଗ; ଜାଣନ୍ତୁ ବିଜେପି-କଂଗ୍ରେସ ସମେତ କିଏ ପାଇଛନ୍ତି କେତେ ଦାନ

ନୂଆଦିଲ୍ଲୀ,୧୭/୦୩: ନିର୍ବାଚନ କମିଶନ ରବିବାର ଦିନ ନିର୍ବାଚନୀ ବଣ୍ଡ୍‌କୁ ନେଇ ନୂତନ ତଥ୍ୟ ପ୍ରକାଶ କରିଛନ୍ତି। ଏହି ତଥ୍ୟକୁ ଏକ ଜୌମୁଦ ଲଫାପାରେ କମିଶନ ଦ୍ୱାରା ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ କୋର୍ଟ ଏହି ତଥ୍ୟକୁ ସାର୍ବଜନୀନ କରିବାକୁ କମିଶନଙ୍କୁ କହିଥିଲେ। କୁହାଯାଉଛି ଯେ, ଏହି ବିବରଣୀଗୁଡିକ ୧୨ ଏପ୍ରିଲ୍ ୨୦୧୯ ପୂର୍ବ ସମୟ ସହିତ ଜଡ଼ିତ। ଉପରୋକ୍ତ ତାରିଖ ପରେ ନିର୍ବାଚନୀ ବଣ୍ଡ୍ ସମ୍ବନ୍ଧୀୟ ବିବରଣୀକୁ ଗତ ସପ୍ତାହରେ ସାର୍ବଜନୀନ କରିଥିଲେ ଆୟୋଗ। ସୁଚନାଥାଉକି, ଯେ ଏପ୍ରିଲ ୧୯ ରୁ ଜୁନ୍ ୧ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବାର ଗୋଟିଏ ଦିନ ପରେ ନିର୍ବାଚନ ଆୟୋଗ ଏହି ତଥ୍ୟ ପ୍ରକାଶ କରିଛନ୍ତି।

ଆୟୋଗ ଏକ ବିବୃତ୍ତିରେ କହିଛନ୍ତି ଯେ ରାଜନୈତିକ ଦଳଗୁଡିକ ୧୨ ଏପ୍ରିଲ ୨୦୧୯ ରେ ସୁପ୍ରିମକୋର୍ଟଙ୍କ ଅନ୍ତରିଣ ନିର୍ଦ୍ଦେଶ ଅନୁଯାୟୀ ଜୌମୁଦ ଲଫାପାରେ ନିର୍ବାଚନୀ ବଣ୍ଡ୍ ସମ୍ବନ୍ଧୀୟ ତଥ୍ୟକୁ ଦାଖଲ କରିଛନ୍ତି। ଆୟୋଗ କହିଛନ୍ତି ଯେ "ରାଜନୈତିକ ଦଳଗୁଡିକରୁ ପ୍ରାପ୍ତ ତଥ୍ୟ ସୁପ୍ରିମକୋର୍ଟରେ ଏକ ଜୌମୁଦରେ ଜମା କରାଯାଇଥିଲା। ୧୫ ମାର୍ଚ୍ଚ ୨୦୨୪ ରେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ କୋର୍ଟର ରେଜିଷ୍ଟ୍ରି ଏକ ପେନଡ୍ରାଇଭକୁ ଜୌମୁଦ ଲଫାପା ଭିତରେ ରଖି ଏହାକୁ ସୁପ୍ରିମକୋର୍ଟଙ୍କୁ ଫେରାଇଛନ୍ତି। ଆୟୋଗ ଆଜି ୱେବସାଇଟରେ ନିର୍ବାଚନୀ ବଣ୍ଡ ସମ୍ବନ୍ଧରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରୁ ଡିଜିଟାଲ୍ ଫର୍ମରେ ପ୍ରାପ୍ତ ତଥ୍ୟ ଅପଲୋଡ୍ କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ: 

ବିଜେପି ମୋଟ ୬,୯୮୬.୫ କୋଟି ଟଙ୍କା ନିର୍ବାଚନୀ ବଣ୍ଡ୍ ନଗଦ କରିଛି। ଏଥିରେ ଦଳକୁ ୨୦୧୯-୨୦ରେ ସର୍ବାଧିକ ୨୫୫୫ କୋଟି ଟଙ୍କା ମିଳିଥିଲା। କଂଗ୍ରେସ ଦଳ ନିର୍ବାଚନ ବଣ୍ଡ୍ ମାଧ୍ୟମରେ ମୋଟ ୧୩୩୪.୩୫ କୋଟି ଟଙ୍କା ଜମା କରିଛି।

ବିଜେଡି ୯୪୪.୫ କୋଟି ଟଙ୍କା, ଓ୍ବାଇଏସ୍‌ଆର୍‌ କଂଗ୍ରେସ ୪୪୨.୮ କୋଟି ଟଙ୍କା, ଟିଡିପି ୧୮୧.୩୫ କୋଟି ଟଙ୍କା ମୂଲ୍ୟର ନିର୍ବାଚନ ବଣ୍ଡ ନଗଦ କରିଛି। ନିର୍ବାଚନୀ ବଣ୍ଡ୍ ଜରିଆରେ ତୃଣମୂଳ କଂଗ୍ରେସ ୧୩୯୭ କୋଟି ଟଙ୍କା ପାଇଛି। ବିଆରଏସ୍‌ ୧୩୨୨ କୋଟି ଟଙ୍କା ମୂଲ୍ୟର ନିର୍ବାଚନୀ ବଣ୍ଡ୍‌କୁ ନଗଦ କରିଛି। 

ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ସମାଜବାଦୀ ପାର୍ଟି ୧୪.୦୫ କୋଟି ଟଙ୍କା ପାଇଛି। ଅକାଳୀ ଦଳକୁ ୭.୨୬ କୋଟି ଟଙ୍କା ମିଳିଛି। ଏଆଇଏଡିଏମ୍‌କେକୁ ୬.୦୫ କୋଟି ଟଙ୍କା,  ନାସନାଲ କନ୍‌ଫରେନ୍ସକୁ ୫୦ ଲକ୍ଷ ଟଙ୍କା ମିଳିଛି ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) କହିଛି ଯେ ନିର୍ବାଚନୀ ବଣ୍ଡ୍‌ ମାଧ୍ୟମରେ ଏହା କୌଣସି ଦାନ ପାଇନାହିଁ। ସେହିପରି ସିପିଆଇ (ଏମ୍) ମଧ୍ୟ କୌଣସି ଦାନ ପାଇନଥିବା ଅଭିଯୋଗ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.