ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କନ୍ଧମାଳ ଜିଲ୍ଲାରେ ହାତୀପଲଙ୍କ ଉପଦ୍ରବ, ଫସଲ ନଷ୍ଟର କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ଜି. ଉଦୟଗିରି, ୭।୬: ଗାଁରେ ହାତୀପଲଙ୍କ ଉପଦ୍ରବ । କିଛି ଦିନ ହେବ କନ୍ଧମାଳ ଜିଲ୍ଲାର କଳିଙ୍ଗା, ସୂଜେଲି ସମତେ ବିଭିନ୍ନ ସ୍ଥାନରେ ହାତୀପଲଙ୍କ ଉପଦ୍ରବ ଲାଗିରହିଛି । ରାତିହେଲେ ଗାଁ ଆଡ଼େ ମାଡ଼ି ଆସୁଛନ୍ତି ହାତୀ । ବ୍ୟାପକ ଫସଲ ନଷ୍ଟ କରିଦେଉଥିବାର ଦେଖିବାକୁ ମିଳିଛି । ରାତିସାରା ଗାଁ ଲୋକେ ଅନିଦ୍ରା ରହି ହାତୀପଲକୁ ବାଦ୍ୟ, ଘଣ୍ଟ ବଜାଇ ଘଉଡ଼ାଉଛନ୍ତି । ସନ୍ଧ୍ୟା ହେଲେ ବଣରୁ ଗାଁ ମୁହାଁ ହେଉଛନ୍ତି ହାତୀ ପଲ । 

ବନ ବିଭାଗ ପକ୍ଷରୁ ସୂଚନା ମୁତାବକ, ଏହି ପଲରେ ଦନ୍ତା ହାତୀ ସମତେ ୨୪ଟି ହାତୀ ଅଛନ୍ତି । ପଣସ, ଆମ୍ବ ଗଛ ଓ ଫଳ ନଷ୍ଟ କରିବା ସହ ଲୋକମାନେ ଚାଷ କରିଥିବା ହଳଦୀ, କଦଳୀ ଗଛ, ଚିନାବାଦାମ ଆଦି ନଷ୍ଟ କରିଦେଉଥିବାର ଦେଖିବାକୁ ମିଳିଛି । ଘର ସମ୍ମୁଖରେ ଥିବା ପାତ୍ରରେ ପାଣି ପିଇବା ସହ ଘର ସାମଗ୍ରୀ ନଷ୍ଟ କରିଦେଉଛି । ଲୋକମାନେ ସାରା ରାତି ଅନିଦ୍ରା ରହୁଛନ୍ତି । ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.