ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଲନ୍ ମସ୍କଙ୍କ ବଡ଼ ଘୋଷଣା: ଅଫିସକୁ କେହି ଆଣିପାରିବେନି iPhone ଓ MacBook , ଜାଣନ୍ତୁ କ’ଣ ରହିଛି କାରଣ ?

ନୂଆଦିଲ୍ଲୀ,୧୧।୬: ଏଲନ୍ ମସ୍କ ‘ଆପଲ’କୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯଦି ସେ ଓପନ OpenAI  ସହ ପାର୍ଟନରସିପ୍ ଜାରି ରଖିବ, ତେବେ ସେ ନିଜ ଅଫିସରେ iPhone ଓ Macbook ର ଏଣ୍ଟ୍ରିକୁ ବନ୍ଦ କରି ପାରନ୍ତି। ଏହାଛଡା ସେହି ପ୍ରଡକ୍ଟକୁ ନେଇ କର୍ମଚାରୀ ଓ ଭିଜିଟର୍ସ ତାଙ୍କ ଅଫିସରେ ପଶି ପାରିବେନି।  ଏଲନ ମସ୍କ ‘ଏକ୍ସ’ ପ୍ଲାଟଫର୍ମରେ ପୋଷ୍ଟ କରି କହିଛନ୍ତି, ଯଦି  iPhone ର OS ସହ OpenAI ଆସିବ, ତେବେ ସେ ନିଜ ଅଫିସରେ ଏହି ଡିଭାଇସ୍‌ ଏଣ୍ଟ୍ରି ବନ୍ଦ କରିଦେବେ। ଏଲନ୍ ମସ୍କ ଏହି କଥା ଆପଲ୍ ସିଇଓ ଟିମ୍‌ କୁକ୍‌ଙ୍କ ପୋଷ୍ଟର ରିପ୍ଲାଇ ଦେଇ ଲେଖିଛନ୍ତି।

ଏଲନ୍ ମସ୍କ ଓପନ ଏଆଇକୁ ନେଇ ବହୁ ପୋଷ୍ଟ ସେୟାର କରିଛନ୍ତି। ସେ ଓପନ୍ ଏଆଇକୁ ନେଇ ଗମ୍ଭୀର ଆରୋପ କରିଛନ୍ତି। ସେ ଦାବି କରିଛନ୍ତି, OpenAI ଡାଟା ଆକ୍ସେସ୍ କରିପାରେ। ଏଥିପାଇଁ ସେ ନିଜ ଅଫିସରେ Apple iPhone ଓ MacBook କୁ ବ୍ୟାନ୍ କରିଦେବେ। ଏହାସହ ତାଙ୍କ କର୍ମଚାରୀ ମଧ୍ୟ ଅଫିସକୁ ଏହି ପ୍ରଡକ୍ଟ ନେଇ ଆସିପାରିବେନି। ଏପରିକି ଭିଜିଟର୍ସଙ୍କୁ ମଧ୍ୟ ଅଫିସରେ ଏଣ୍ଟ୍ରି କରିବା ପୂର୍ବରୁ ଚେକିଂ କରାଯିବ। ଏପରିକି କନଫର୍ମ କରାଯିବ ତାଙ୍କ ପାଖରେ Apple iPhone ଓ MacBook ଅଛି କି ନାହିଁ। ଏବେ ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଏଲନ୍ ମସ୍କ ଏଭଳି କାହିଁକି କରିଛନ୍ତି ? ଏହାର କାରଣ ଆସନ୍ତୁ ଜାଣିବା...

ଉଲ୍ଲେଖନୀୟ ଯେ,  ‘ଆପଲ’ ସୋମବାର ଓ୍ବାର୍ଲ୍ଡ ଓ୍ବାଇଡ୍ ଡେଭଲପର କନଫ୍ରେନ୍ସ ୨୦୨୪ ର ଆରମ୍ଭ କରିଛି। ଏହି ଇଭେଣ୍ଟରେ କମ୍ପାନୀ iOS 18  ସହିତ ବହୁ ଅପରେଟିଂ ସିଷ୍ଟମ ଉପରକୁ ପରଦା ଉଠାଇଛି। ଏହା ସହ ତା’ର ଫିଚର୍ସ ବିଷୟରେ କହିଛି। କମ୍ପାନୀ ଆପଲ ଇଣ୍ଟେଲିଜେନ୍ସକୁ ମଧ୍ୟ ଲଞ୍ଚ କରିଛି। Apple ପକ୍ଷରୁ ChatGPT  ମେକର OpenAI  ସହିତ ପାର୍ଟନରସିପ୍ ଘୋଷଣା କରିଛି। କମ୍ପାନୀର ଦାବୀ ଅନୁସାରେ, ୟୁଜର୍ସଙ୍କ ଡାଟା ସେଫ୍ ରହିବ।  ଏହାପରେ  ଏଲନ୍ ମସ୍କ ‘ଏକ୍ସ’ରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.