ପ୍ରମୁଖ ଖବର
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ଅର୍ଚ୍ଚନା ଏକ୍ସପ୍ରେସ୍‌ରେ ବଡ଼ ଅଘଟଣ , ବଗିରୁ ଅଲଗା ହୋଇ ୩ କି.ମି ଦୂର ଚାଲିଗଲା ଇଞ୍ଜିନ

ଚଣ୍ଡିଗଡ଼ – ପଞ୍ଜାବରେ ପୁଣି ଥରେ ରେଲୱେର ବଡ଼ ଅବହେଳା ସାମନାକୁ ଆସିଛି। ଲୁଧିୟାନର ଖାନ୍ନାରେ ଟ୍ରାକ୍‌ରେ ଦୌଡ଼ୁଥିବା ଅର୍ଚ୍ଚନା ଏକ୍ସପ୍ରେସ୍‌ର ଇଞ୍ଜିନ ବଗି ଗୁଡ଼ିକରୁ ଅଲଗା ହୋଇ ଯାଇଛି ଏବଂ ପାଖାପାଖି ୩ କିଲୋମିଟର ଯାଏ ପଳାଇ ଥିଲା। ଟ୍ରାକ୍‌ରେ କାମ କରୁଥିବା କି-ମ୍ୟାନ ଖୁବ୍‌ ଜୋରରେ ପାଟି କରିଥିଲେ ଏବଂ ଡ୍ରାଇଭରଙ୍କୁ ଏହାର ସୂଚନା ଦେଇଥିଲେ। ଏହାପରେ ଡ୍ରାଇଭର ଇଞ୍ଜିନ ବନ୍ଦ କରି ଦେଲେ ଓ ଇଞ୍ଜିନକୁ ବଗି ଗୁଡ଼ିକ ସହ ଯୋଡ଼ି ଥିଲେ। ଏହି ସମୟରେ ଏକ ବଡ଼ ଦୁର୍ଘଟଣାରୁ ଟଳିଥିଲା ଟ୍ରେନ୍‌ଟିି। ସୌଭାଗ୍ୟ କି, ଯେଉଁ ଟ୍ରାକ୍‌ରେ ବଗି ଗୁଡ଼ିକ ଠିଆ ହୋଇଥିଲା , ଏହା ଉପରେ ଏହି ସମୟରେ କୌଣସି ଅନ୍ୟ ଟ୍ରେନ୍ ଆସୁ ନଥିଲା, ନୁହେଁତ ହଜାର ହଜାର ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ି ଯାଇଥାନ୍ତା। ଟ୍ରେନ୍‌ରେ ଦୁଇରୁ ଅଢେଇ ହଜାର ଯାତ୍ରୀ ବସି ଥିଲେ। 

ସୂଚନା ଅନୁସାରେ , ଟ୍ରେନ୍‌ ସଂଖ୍ୟା ୧୨୩୫୫/୫୬ ଅର୍ଚ୍ଚନା ଏକ୍ସପ୍ରେସ୍‌ ପାଟନାରୁ ଜମ୍ମୁ ଯାଉ ଥିଲା। ସରହିନ୍ଦ ଜଙ୍କସନରେ ଗାଡ଼ିର ଇଞ୍ଜିନ ବଦଳା ଗଲା। ଏହାପରେ ଖାନ୍ନାରେ ଇଞ୍ଜିନ ଖୋଲିଗଲା ଏବଂ ପାଖାପାଖି ୩ କିଲୋମିଟର ଯାଏ ଏକାଏକା ଇଞ୍ଜିନ୍‌ ଗଡ଼ି ଚାଲିଥିଲା। ଉକ୍ତ ଘଟଣା ଆଜି ସକାଳ ୯ଟା୨୦ ମିନିଟ୍‌ରେ ହୋଇଛି। ଟ୍ରାକ୍‌ରେ କାମ କରୁଥିବା କି-ମ୍ୟାନ୍‌ ଖୁବ୍‌ ଜୋରରେ ପାଟି କରି ଡ୍ରାଇଭରଙ୍କୁ ଏହାର ସୂଚନା ଦେଇଥିଲେ। ଡ୍ରାଇଭର ଇଞ୍ଜିନ ବନ୍ଦ କରିଦେଇ ଥିଲେ। 

ରେଲୱେ ଅଧିକାରୀମାନଙ୍କୁ ଏହି ବିଷୟରେ ସୂଚନା ଦିଆ ଯାଇଛି। ଉକ୍ତ ଘଟଣାରେ ରେଲୱେ ଅଧିକାରୀଙ୍କ ମଧ୍ୟରେ ତତ୍ପରତା ଖେଳି ଯାଇଛି। କୁହାଯାଉଛି କି ବକ୍ସ ଓ ଇଞ୍ଜନ ମଧ୍ୟରେ କ୍ଲାମ୍ପ ଭାଙ୍ଗିଗଲା , ଯେଉଁଥିରେ ଇଞ୍ଜିନ ଅଲଗା ହୋଇଗଲା । ରେଲୱେ ବର୍ତ୍ତମାନ ଏହାର ଯାଞ୍ଚ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.