ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ରାଜ୍ୟରେ ବିଭିନ୍ନ ସ୍ଥାନରେ ଇଭିଏମ୍ ତ୍ରୁଟି, ମତଦାନରେ ବିଳମ୍ଵ

ଭୁବନେଶ୍ଵର, ୧୩।୦୫ : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ । ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ହେଲେ ନିର୍ବାଚନ ଆରମ୍ଭ ପୂର୍ବରୁ କିଛି ଇଭିଏମ୍‌ ତ୍ରୁଟି ଥିବା ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ପୌରପରିଷଦର ୫୪ ଏବଂ ୫୫ ନମ୍ବର ବୁଥ୍‌ରେ ବିବିଗୁଡ଼ା ସ୍କୁଲରେ ଥିବା ଇଭିଏମ୍‌ ମେସିନ ଅଚଳ ହୋଇଯାଇଛି । ଏହାସହିତ ୬୬ ନମ୍ବର ବୁଥ୍‌ କୁମୁଟିଗୁଡ଼ା ସ୍କୁଲରେ ଥିବା ଇଭିଏମ୍‌ ମେସିମ ମଧ୍ୟ ଅଚଳ ହୋଇଯାଇଛି । ଯାହାଫଳରେ ମତଦାନରେ ବାଧାପ୍ରାପ୍ତ ହୋଇଛି । ଶହ ଶହ ଭୋଟର ଧାଡିରେ ଠିଆ ହୋଇଛନ୍ତି।

ସେହିପରି ନୂଆପଡ଼ାର ୧୦୧ ନଂ ବୁଥ୍‌ରେ ଇଭିଏମ୍ ତ୍ରୁଟିରୁ ମତଦାନରେ ବିଳମ୍ଵ ହୋଇଛି। ଖଡ଼ିଆଳ ଲୋହରାପାଲି ୮୯ ବୁଥ୍‌ ଓ ପୋଡାପାଲିର ୭୨ନଂ ବୁଥ୍‌ରେ ମତଦାନରେ ବିଳମ୍ବ ହୋଇଛି। ଜୟପୁରରେ ୧୬୦ ଓ ୧୯୪ ବୁଥ୍‌ରେ ମତଦାନରେ ବିଳମ୍ବ ହୋଇଛି। ବୋରିଗୁମାରେ ୫୯ ଓ ୬୦ ନଂ ବୁଥ୍‌ରେ ଇଭିଏମ୍ ଅଚଳ ହୋଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.