ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାହୁଲ ଗାନ୍ଧୀଙ୍କୁ ନେଇ ଏମିତି କହିଲେ ପୂର୍ବତନ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମ୍

ଗାଜିଆବାଦ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବାୟନାଡ ବ୍ୟତୀତ ୟୁପିର ରାୟବରେଲି ସିଟ୍‌ରୁ ମଧ୍ୟ ଲୋକସଭା ନିର୍ବାଚନ ଲଢୁଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ନିର୍ବାଚନ ଲଢିବାର ଆକଳନ କରାଯାଉ ଥିଲା, କିନ୍ତୁ ଏହି ଥର ସେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମଧ୍ୟରେ, ପୂର୍ବତନ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମ୍‌ ଶନିବାର ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ,ଲୋକସଭା ନିର୍ବାଚନର ଫଳ ଆସିବା ପରେ କଂଗ୍ରେସ ଦୁଇଟି ଦଳରେ ବାଣ୍ଟି ହୋଇପାରେ। ଗୋଟିଏ ଦଳ ରାହୁଲ ଗାନ୍ଧୀଙ୍କ ହେବ, ଆଉ ଗୋଟେ ପ୍ରିୟଙ୍କା ଗାନ୍ଧୀଙ୍କର। ପ୍ରମୋଦ କୃଷ୍ଣମ୍‌ ଏହା ବି କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନରୁ ନିର୍ବାଚନ ଲଢିବା ଉଚିତ୍‌। 

ପୂର୍ବତନ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମ୍‌ ନ୍ୟୁଜ୍‌ ଏଜେନ୍ସି ଏଏନଆଇକୁ କହିଛନ୍ତି , ଯେପରି ରାହୁଲ ଗାନ୍ଧୀ ଆମେଠି ଛାଡ଼ିଛନ୍ତି , ଏଥିରେ କଂଗ୍ରେସ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ମନୋବଳ ଭାଙ୍ଗିଛି। ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢୁ ନାହାନ୍ତି। ଏହା ଏବେ ତାଙ୍କ ସମର୍ଥକଙ୍କ ହୃଦୟରେ ଆଗ୍ନେୟଗିରିର ରୂପ ନେଉଛି, ଯାହା ୪ଜୁନ୍‌ ପରେ ଫୁଟିବ। କଂଗ୍ରେସ ପୁଣି ଥରେ ଦୁଇ ଭାଗ ହେବ। ଗୋଟିଏ ରାହୁଲ ଗାନ୍ଧୀଙ୍କର , ଅନ୍ୟଟି ପ୍ରିୟଙ୍କା ଗାନ୍ଧୀଙ୍କର। ମୋତେ ଲାଗୁଛି  ଯେ , ରାହୁଲ ଗାନ୍ଧୀଙ୍କୁ ରାୟବରେଲି ବଦଳରେ ରାୱଲପିଣ୍ଡିରୁ ନିର୍ବାଚନ ଲଢିବା ଉଚିତ୍‌ ,କାରଣ ତାଙ୍କର ଲୋକପ୍ରିୟତା ପାକିସ୍ତାନରେ ବଢୁଛି।

କହି ରଖୁଛୁ କି , ୟୁପିର ଆମେଠି ଓ ରାୟବରେଲି ସିଟ୍‌ ଅନେକ ଦଶକରୁ କଂଗ୍ରେସର ଗଡ଼ ଭାବେ ପରିଚିତ। ହେଲେ ଗତ ଲୋକସଭା ନିର୍ବାଚନରେ ଆମେଠି ସିଟ୍‌ରୁ ରାହୁଲ ଗାନ୍ଧୀଙ୍କୁ ପରାଜୟ ମିଳିଥିଲା। କିନ୍ତୁ ଦ୍ୱିତୀୟ ବାୟନାଡ ସିଟ୍‌ରୁ ଜିତି ଥିଲେ। ଏହିଥର ମଧ୍ୟ ଆମେଠି ଓ ରାୟବରେଲି, ଉଭୟ ସିଟ୍‌ରୁ ଗାନ୍ଧୀ ପରିବାରର ଲଢିବାର ଅଟକଳ ଥିଲା,କିନ୍ତୁ ବାୟନାଡ ବ୍ୟତୀତ ରାହୁଲ ଗାନ୍ଧୀଙ୍କୁ ପାର୍ଟି ରାୟବରେଲିରୁ ଠିଆ କରାଇ ଥିବା ବେଳେ ଆମେଠି ସିଟ୍‌ରୁ କିଶୋରୀ ଲାଲ୍‌ ଶର୍ମାଙ୍କୁ ଟିକେଟ୍‌ ଦିଆଯାଇଛି। ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବେ ନାହିଁ। 

ଏହା ପୂର୍ବରୁ କୃଷ୍ଣମ ଅଭିଯୋଗ କରିଥିଲେ କି, ପ୍ରିୟଙ୍କା ଗାନ୍ଧୀ ପାର୍ଟିରେ ଚାଲୁଥିବା ଷଡ଼ଯନ୍ତ୍ର ଶିକାର ହୋଇଛନ୍ତି। ସେ କହିଥିଲେ କି , ମୁଁ ପ୍ରଥମରୁ କହି ଥିଲି - ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ବାଚନ ଲଢିବାକୁ ଦେବେ ନାହିଁ। ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ପରିବାର ଓ ପାର୍ଟିରେ ଏକ ବଡ ଷଡ଼ଯନ୍ତ୍ର ହୋଇଛି। ସେ ପରିବାର ଓ ପାର୍ଟିରେ ଏକ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.