ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଟୋରେ ନକଲି ମଦ ବିକ୍ରି ପାଇଁ ଯାଉଥିବା ବେଳେ ମାଡ଼ିବସିଲା ଅବକାରୀ ବିଭାଗ, ବନ୍ଧା ହେଲେ ୩ ଅଭିଯୁକ୍ତ

ରାଉରକେଲା,୧୮/୦୩: ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ୨୦୦ଟଙ୍କାରେ ଆଣୁଥିଲେ । ରାଉରକେଲା  ଏବଂ ଆଖପାଖ ଅଞ୍ଚଳରେ ୮୦୦ଟଙ୍କାରେ ବିକ୍ରି  କରୁଥିଲେ । ଆବଶ୍ୟକ ପଡିଲେ ଅସେଣ୍ଟ(ତରଳ  ସୁଗନ୍ଧ) ପକାଉଥିଲେ । ବିକ୍ରି କରିବାକୁ ନେଉଥିବା  ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଗଲେ । ଗିରଫ ଅଭିଯୁକ୍ତମାନେ ହେଲେ କାରବାରର ମୁଖ୍ୟ  ରାଜୁ ସାହୁ(୩୮), ଅଟୋ ଚାଳକ ଓମ୍‌ ବାଘ(୪୨)  ଓ ସହଯୋଗୀ ବସନ୍ତ ସାହୁ(୩୦) । 

ରାଜୁ ଝାଡ଼ଖଣ୍ଡରୁ ୨୦୦ଟଙ୍କାରେ  ୭୫୦ଏମ୍‌ଏଲ (ଫୁଲ୍‌) ମଦ ଆଣୁଥିଲେ ।  ଏହି ମଦ ନକଲି ହୋଇଥିବା ବେଳେ ସେଠାକାର ପ୍ରସ୍ତୁତକର୍ତ୍ତା ଏହାକୁ ନାଇଟ୍‌ ଗାର୍ଲ ନାମକ ଏକ କମ୍ପାନିର ଲୋଗୋ ଲଗାଇ ବିକ୍ରି କରୁଥିଲେ । ରାଜୁ ଏହି ଫୁଲ୍‌ ବୋତଲକୁ ଆଣି ତାକୁ ଚାରି ଭାଗ ଅର୍ଥାତ କ୍ୱାଟରରେ ପରିଣତ  କରୁଥିଲେ । କ୍ୱାଟର ବୋତଲରେ ବିଭିନ୍ନ ମଦ କମ୍ପାନିର ଷ୍ଟିକର ଲଗାଇ ବଜାରରେ ବିକ୍ରି କରୁଥିଲେ । ଆବଶ୍ୟକ ପଡ଼ିଲେ ମଦ ବାସ୍ନା ହେଉଥିବା ଆସେଣ୍ଟ ମଧ୍ୟ ମିଶାଉଥିଲେ । ଶନିବାର ରାତିରେ ସେକ୍ଟର-୨  ଅଞ୍ଚଳକୁ ଅଟୋରେ ମଦ ବୋତଲ ବିକ୍ରି କରିବାକୁ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଯାଇଥିଲେ । ଏହିକ୍ରମରେ ଅବକାରୀ ବିଭାଗ  ଅଟୋ ଓଡ଼ି ୧୪ୟୁ ୩୭୮୬, ଏକ ମଟରସାଇକଲ  ଓଡ଼ି ୧୪ଏଚ୍‌ ୧୯୫୦, ୯୬ ବୋତଲ ମଦ, ମଦ  ବୋତଲ ଠିପି, ଲେବଲ, ଖାଲି ବୋତଲ ଆଦି ଧରିଛି।  ତେବେ ଏହି ନକଲି ମଦକୁ କେଉଁ ଅଞ୍ଚଳ କିମ୍ବା  କେଉଁ ଦୋକାନରେ ବିକ୍ରି କରାଯାଉଛି ସେ  ନେଇ ବିଭାଗ ତଦନ୍ତ କରୁଛି ବୋଲି ଡିଏସ୍‌ଇ ଅର୍ଚ୍ଚନା ବାରିକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.