ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ନିଆଳିରେ ନକଲି କ୍ଷୀର ଓ ଘିଅ କାରଖାନା, ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢାଉ

ନିଆଳି, ୨୨/୦୬ : କଟକ ଜିଲ୍ଲା ନିଆଳି ଥାନା ଅଧିନ ନୂଆଗାଁରେ ଥିବା ପ୍ରାଚୀ ଫୁଡ୍ସ ପ୍ରଡ଼କ୍ଟ ସଂସ୍ଥା ନାଁରେ ସାଙ୍ଘାତିକ ଅଭିଯୋଗ। କାରଖାନାରେ ନକଲି ଓ ଅପମିଶ୍ରିତ କ୍ଷୀର, ଖୁଆ ଓ ଘିଅ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ନିଆଳି ତହସିଲଦାର ଏବଂ ନିଆଳି ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅଧିକାରୀମାନେ ବିପୁଳ ନକଲି ଘିଅ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ। 

ଖାଲି ସେତିକି ନୁହେଁ ଗୋଦାମରେ ମହଜୁଦ ଥିବା ବିଭିନ୍ନ ନାମୀ ଓ ବେନାମୀ କମ୍ପାନୀର ଦୁଗ୍ଧ ଓ ଅନ୍ୟାନ୍ୟ ପାଉଡରର ସାମ୍ପୁଲ ସଂଗ୍ରହ କରିଥିଲେ ଅଧିକାରୀ। ଏଥି ସହିତ ସମସ୍ତ କାଗଜପତ୍ର ମଧ୍ୟ ରାତି ପର୍ଯ୍ୟନ୍ତ ଯାଞ୍ଚ୍ କରିଥିଲେ। ସେହିପରି ଜହ୍ଲାରପୁର ଏବଂ କପାସୀର ଦୁଇଟି ସଂସ୍ଥା ଉପରେ ମଧ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇ ସାମ୍ପୁଲ ଅଣାଯାଇଥିବା ଏବଂ ସେଗୁଡ଼ିକୁ ଟେଷ୍ଟ ପାଇଁ ପଠାଯିବା ବୋଲି କହିଛନ୍ତି ଅଧିକରୀ। ଅନ୍ୟପକ୍ଷରେ ନକଲି ନୁହେଁ ଅସଲି ପ୍ରଡକ୍ଟ ବ୍ୟବସାୟ କରୁଥିବା କହିଛନ୍ତି ପ୍ରାଚୀ ଫୁଡ୍ ପ୍ରଡକ୍ଟର ମାଲିକ।


 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.