ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

କନ୍ୟା ସନ୍ତାନକୁ ମାରିବାକୁ ଉଦ୍ୟମ କଲା ଜନ୍ମକଲା ବାପା, ବିରୋଧ କରିବାରୁ ଶ୍ଵଶୁରଙ୍କୁ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୨୧/୧୧ : କନ୍ୟା ସନ୍ତାନ ଜନ୍ମ ହେଲା ବୋଲି ଶ୍ଵଶୁର ଘରେ ଜ୍ଵାଇଁଙ୍କ ଉନ୍ମତ୍ତ କାଣ୍ଡ। ରାତିରେ ନିଜ କନ୍ୟା ସନ୍ତାନକୁ ଜୀବନରୁ ମାରିଦେବାକୁ ଉଦ୍ୟମ କଲା ଜନ୍ମକଲା ବାପା। ଏହାକୁ ପ୍ରତିବାଦ କରିବାରୁ ଶ୍ବଶୁରକୁ ଗୋଡ଼ାଇ ଗୋଡ଼ାଇ ଶାବଳରେ ମୁଣ୍ଡକୁ ପିଟିପିଟି ଲହୁ ଲୁହାଣ କଲା ଜ୍ଵାଇଁ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ୱର ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଗୋପିନାଥପୁର ଗ୍ରାମରେ। 

ସୂଚନାନୁଯାୟୀ, ଗୋପୀନାଥପୁର ଗ୍ରାମର ନିତ୍ୟାନନ୍ଦ କରଙ୍କ ବଡ଼ ଝିଅ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ବାଲିଆପଟା ଗ୍ରାମର ମାନସ କରଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ। ମାନସଙ୍କର ଗୋଟିଏ ଆଠ ବର୍ଷର ପୁଅ ଅଛି। ମାତ୍ର ଦ୍ୱିତୀୟ ପ୍ରସବ ପାଇଁ ବାଙ୍କୀ ଗୋପୀନାଥପୁର ଶ୍ବଶୁର ଘରେ ରହୁଥିଲେ। ଗତ ସପ୍ତାହ ତଳେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ତେବେ କାହିଁକି କନ୍ୟା ସନ୍ତାନ ଜନ୍ମ ହେଲା ବୋଲି ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇ ଶ୍ୱଶୁର ଘରେ ସନ୍ଧ୍ୟାରେ ପହଞ୍ଚି ସମସ୍ତଙ୍କୁ ଗାଳି ଗୁଲଜ କରିଥିଲେ। ରାତିରେ କନ୍ୟା ସନ୍ତାନକୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ଶାଶୁ ଓ ଶ୍ବଶୁର ବିରୋଧ କରିବାରୁ ଏକ ଧାରୁଆ ଅସ୍ତ୍ର ଓ ଶାବଳରେ ଶ୍ବଶୁରଙ୍କୁ ମୁଣ୍ଡକୁ ପିଟି ରକ୍ତାକ୍ତ କରି ପକାଇଥିଲେ ମାନସ କର। ଚିତ୍କାର କରିବାରୁ ଗ୍ରାମବାସୀମାନେ ପହଞ୍ଚି ଅଭିଯୁକ୍ତ ମାନସକୁ କାବୁ କରି ଅଟକ ରଖି ପୋଲିସ ଜିମା ଦେଇଛନ୍ତି। ସେପଟେ ଶ୍ବଶୁର ନିତ୍ୟାନନ୍ଦ କରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୈଦେଶ୍ୱର ପୋଲିସ ମାନସକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। 


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.