ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୁଷ ଏଫ୍‌ଆଇଏଚ୍‌ ହକି ଜୁନିୟର ବିଶ୍ୱକପ୍‌, ୪-୨ ଗୋଲରେ ଦକ୍ଷିଣ କୋରିଆକୁ ହରାଇଲା ଭାରତ

କ୍ୱାଲାଲୁମ୍ପୁର, ୬।୧୨: ଭାରତୀୟ ଦଳ ୪-୨ ଗୋଲରେ ଦକ୍ଷିଣ କୋରିଆକୁ ପରାଜିତ କରି ପୁରୁଷ ଏଏଫ୍‌ଆଇଏଚ୍‌ ହକି ଜୁନିୟର ବିଶ୍ୱକପ୍‌ର ୧୩ତମ ସଂସ୍କରଣରେ ଅଭିଯାନ ଆରମ୍ଭ କରିଛି । ଅରଇଜିତ ସିଂ ହୁଣ୍ଡାଲଙ୍କ ହ୍ୟାଟ୍ରିକ ଏବଂ ଓଡ଼ିଆ ପୁଅ ଅମନଦୀପ ଲାକ୍ରାଙ୍କ ଗୋଲ୍‌ ବଳରେ ଦଳ ଏହି ବିଜୟ ହାସଲ କରିଥିଲା । ପରବର୍ତ୍ତୀ ମ୍ୟାଚ୍‌ରେ ଭାରତ ଆସନ୍ତା ୭ ତାରିଖରେ ସ୍ପେନକୁ ଭେଟିବ । ଭାରତୀୟ ଦଳ ଆରମ୍ଭରୁ ହିଁ ଆକ୍ରମଣ କରିଦେଇଥିଲା । ପ୍ରଥମ କ୍ୱାର୍ଟରରେ ଅରଇଜିତ (୧୧ ମିନିଟ) ଗୋଲ ଖାତା ଖୋଲିଥିଲେ । ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ସେ ପୁଣି (୧୬ ମିନିଟ) ଆଉ ଏକ ଗୋଲ୍‌ ଦେଇଥିଲେ । ୩୦ ମିନିଟରେ ଅମନଦୀପ ତୃତୀୟ ଗୋଲ୍‌ ଦେଇ ଦଳକୁ ୩-୦ରେ ଆଗୁଆ କରାଇଥିଲେ । ୩୮ ମିନିଟରେ ଦକ୍ଷିଣ କୋରିଆ ଗୋଟିଏ ଗୋଲ ପରିଶୋଧ କରିଥିଲା । 

ଏହାପରେ ପୁଣି ଭାରତ ଆକ୍ରମଣ କରି ୪୧ ମିନିଟରେ ଚତୁର୍ଥ ଗୋଲ୍‌ ଦେଇଥିଲା । ଏହି ଗୋଲଟି ଅରଇଜିତ ଦେଇଥିଲେ । ଏହା ତାଙ୍କର ହ୍ୟାଟ୍ରିକ୍‌ ଗୋଲ୍‌ ଥିଲା । ତୃତୀୟ କ୍ୱାର୍ଟରରେ ଓଡ଼ିଆ ଫରୱାର୍ଡ ସୁଦିପ ଚିରମାକୋ ରିଭର୍ସ ଫ୍ଲିକ୍‌ କରି ଏକ ସୁଯୋଗ ସୃଷ୍ଟି କରିଥିଲେ । କିନ୍ତୁ ତାହା ବିଫଳ ଯାଇଥିଲା । ୪୫ ମିନିଟରେ ଦକ୍ଷିଣ କୋରିଆ ଦ୍ୱିତୀୟ ଗୋଲ୍‌ ଦେଇ ସ୍ଥିତି ୨-୪ କରିଥିଲା । ଅନ୍ତିମ କ୍ୱାର୍ଟର ଖେଳ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା । କୋରିଆ ଦୁଇରୁ ଅଧିକ ପେନାଲ୍ଟି କର୍ଣ୍ଣର ପାଇଥିଲା । ମାତ୍ର ତାହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ରହିଥିଲା । ସେମିତି ଭାରତକୁ ମଧ୍ୟ ଗୋଟିଏ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଶେଷରେ ଭାରତ ୪-୨ ଗୋଲରେ ଅଗ୍ରଣୀ ରହି ମ୍ୟାଚ୍‌ ଜିତି ନେଇଥିଲା । ସେମିତି ପୁଲ୍‌-ସି’ର ପ୍ରଥମ ମ୍ୟାଚ୍‌ରେ ସ୍ପେନ ୭-୦ ଗୋଲରେ କାନାଡ଼ାକୁ ପରାଜିତ କରିଥିଲା । ଗ୍ରୁପ୍‌ ଏ’ରେ ଆର୍ଜେଣ୍ଟିନା ୧-୦ରେ ଅଷ୍ଟ୍ରେଲିଆକୁ, ମାଲେସିଆ ୭-୧ରେ ଚିଲିକୁ³ ପୁଲ୍‌ ବି’ରେ ଫ୍ରାନ୍ସ ୩-୧ରେ ଇଜିପ୍ଟକୁ ଏବଂ ଜର୍ମାନୀ ୫-୩ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.