ବ୍ରହ୍ମପୁର,୨୨।୫ : ସିପିଆଇ ନେତା ତଥା ପୂର୍ବତନ ଛତ୍ରପୁର ବିଧାୟକ ନାରାୟଣ ରେଡ୍ଡୀ(୬୮)ଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ସହ ଏନ୍ ଦିଲ୍ଲୀପ କୁମାର ରେଡ୍ଡୀ(୫୦), ଡି. କାମରାଜୁ ବର୍ମା(୬୯)ଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି। ସମସ୍ତଙ୍କୁ ୮ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଜାମିନ ପାଇବା ପରେ ଆଜି ସନ୍ଧ୍ୟାରେ ସେମାନେ ବ୍ରହ୍ମପୁର ଜେଲରୁ ବାହାରିଛନ୍ତି।
ଟାଟା ଜମି ଅଧିଗ୍ରହଣ ବେଳେ ୧୯୯୮ରେ ଗଞ୍ଜାମ ପୁଲିସ ଜିଲ୍ଲାର ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ବୋମାମାଡ଼ରେ ମୃତ୍ୟ ହୋଇଥିଲା। ଏହି ମାମଲରେ ଗତବର୍ଷ ୧୩ ଜଣଙ୍କୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଦଣ୍ଡ ଶୁଣାଇଥିଲେ ।