ନୂଆଦିଲ୍ଲୀ,୦୬/୦୯: ସିକ୍କିମରେ ଅଘଟଣ। ୭୦୦ ଫୁଟ ତଳକୁ ଖସିଲା ସେନା ଗାଡି ।ଫଳରେ ୪ ଜଣ ଯବାନ ଶହୀଦ ହୋଇଛନ୍ତି । ଏଭଳି ଘଟଣା ଘଟିଛି ସିକ୍କିମର ପାକଙ୍ଗ ଜିଲ୍ଲାରେ । ତେବେ ଗୁରୁବାର ସକାଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ସେନା ଗାଡିରେ ଯବାନମାନେ ପଶ୍ଚିମବଙ୍ଗରୁ ସିକ୍କିମର ଜୁଲୁକ ଅଭିମୁଖେ ଯାଉଥିଲା । ଏହି ସମୟରେ ହଠାତ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି ।
ତେବେ ପଶ୍ଚିମବଙ୍ଗର ବିନ୍ନାଗୁରିରେ ମୁତୟନ ହୋଇଥିବା ସେନାର EMC କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡି ରେନକ୍-ରୋଙ୍ଗଲି ରାଜପଥ କଡ଼ରେ ଥିବା ଭର୍ଟିକାଲ୍ ଭୀରରେ ରାସ୍ତାରୁ ଏକ ଜଙ୍ଗଲ ମଧ୍ୟକୁ ପଡିଯାଇଥିବା କହିଛି ସ୍ଥାନୀୟ ପୋଲିସ । ଗାଡିରେ ୪ ଜଣ ଯବାନ ଥିଲେ । ସେମାନେ ହେଉଛନ୍ତି ମଧ୍ୟପ୍ରଦେଶର ସେପୋଇର ପ୍ରଦିପ ପଟେଲ, ଇମ୍ଫାଲର ସିଏଫଏନ ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂ ଏବଂ ତାମିଲନାଡୁର ବାସିନ୍ଦା ସୁବେଦାର କେ ଥାଙ୍ଗାପାଣ୍ଡି ବୋଲି ଜଣାପଡିଛି। ପୋଲିସ କହିଛି ଯେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବାବେଳେ ତଦନ୍ତ ଜାରି ରହିଛି। ଶହୀଦଙ୍କ ମୃତଦେହ ସେନାକୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି। ଅଧିକାରୀମାନେ କହିଛନ୍ତି ଯେ, ଭାରସାମ୍ୟ ହରାଇ ଗାଡିଟି ରାସ୍ତା ତଳକୁ ଖସି ଆସି ପ୍ରାୟ ୭୦୦ରୁ ୮୦୦ ଫୁଟ ତଳକୁ ଖସି ପଡିଥିଲା। ଶହୀଦ ଯବାନଙ୍କ ପରିଚୟ ସ୍ପଷ୍ଟ କରାଯାଇଛି ।