ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଫିରିଙ୍ଗିଆ,୨୯।୨  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଦ୍ୱାରା ପ୍ରାୟ ତିନି ଏକର ପରିମିତ ଜଙ୍ଗଲ ଜମିରେ ବେଆଇଆନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ ନଷ୍ଟ କରିଦିଆଯାଇଛି I ଯାହାର ଆନୁମାନିକ ମୂଲ୍ୟ ତିରିଶ ଲକ୍ଷ୍ ଟଙ୍କା ହେବ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି I

 ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ ବିଭାଗର ସହଯୋଗରେ ଫିରିଙ୍ଗିଆ ଥାନା କାଷିନୀପଦର ପଂଚାୟତ ଅଧୀନରେ ଥିବା ଉହାଦୁର୍ଗା, ଗୋପୀଙ୍ଗିଆ ଓ ଗୁଡଗାଡି ଗାଁ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରି ଏହି ଗଞ୍ଜେଇ ଗଛ ଗୁଡିକୁ କାଟି ପୋଡି ନଷ୍ଟ କରାଯାଇଥିଲା। ଗୁରୁଵାର ଏହି ଚଢ଼ାଉରେ ଥାନାଧିକାରୀଙ୍କ ସହ ଥାନାରେ କାର୍ଯ୍ୟରତ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁ, ଏସ ଆଇ ପ୍ରମୋଦ ବେହେରା,ଏଏସଆଇ ପ୍ରମୋଦ କୁମାର ପ୍ରଧାନ, ଏଏସଆଇ ଶ୍ରୀକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ଥାନାରେ କାର୍ଯ୍ୟରତ ହୋମଗାର୍ଡ ମାନେ ସହଯୋଗ କରିଥିଲେ I ଅନ୍ୟପଟେ ଗଞ୍ଜେଇ କାଟିବା ପାଇଁ ପ୍ରାୟ ତିରିଶି ଜଣ ଶ୍ରମିକ ଉପସ୍ଥିତ ଥିବା ବେଳେ ସୁରକ୍ଷା ଦୃଷ୍ଟି କୁ ଆଖି ଆଗରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ I ସେପଟେ ଏହି ଗଞ୍ଜେଇ କଟାକୁ ନେଇ ଏକ ମାମଲା ମଧ୍ୟ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଥିବା ବେଳେ ଆଗାମୀ ଦିନରେ ମଧ୍ୟ୍ୟ ଏହି ଗଂଜେଇକଟା ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.