ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖୋର୍ଦ୍ଧା ବିଧାନସଭା ପ୍ରାର୍ଥୀ ଘୋଷଣାରେ ତିନି ପ୍ରମୁଖ ଦଳର ଛିଣ୍ଡୁନି ଅଙ୍କ: ବିଦ୍ରୋହୀ ପ୍ରାର୍ଥୀ ହେବେ ବାସନ୍ତୀ ମହାପାତ୍ର

ଖୋର୍ଦ୍ଧା,୧୮/୦୪: ଖୋର୍ଦ୍ଧା ବିଧାନସଭା ପ୍ରାର୍ଥୀଙ୍କ ନାମ ବିଜେଡି ଘୋଷଣା  କରିନି । ବିଜେଡି ନୁହେଁ ବରଂ  ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେ ଅଙ୍କ ଛିଡ଼ୁନଥିବା ଜଣାପଡ଼ିଛି । ଉଭୟ ବିଜେପି ଓ ବିଜେଡି  ଆଶାୟୀ ଟିକଟ୍‌ ବଞ୍ଚିତ ହେଲେ ଅନ୍ୟ ଦଳକୁ  ଡେଇଁବା ଆଶଙ୍କା ରହିଛି । ଏମିତିକି ଟିକଟ୍‌ ବିଳମ୍ବ ହେବାରୁ ଖୋର୍ଦ୍ଧା ବିଧାନସଭା ବିଜେପି  ପ୍ରାର୍ଥୀ କାଳୁ ଖଣ୍ଡେଇରାୟ, ବିଜେଡି ଆଶାୟୀ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ ବିଜେଡି ବରିଷ୍ଠ ନେତ୍ରୀ ବାସନ୍ତୀ ମହାପାତ୍ର ପ୍ରମୁଖ ରାଜଧାନୀରେ ଶକ୍ତି  ପ୍ରଦର୍ଶନ କରିଛନ୍ତି। କିନ୍ତୁ ନିର୍ବାଚନ ଟିକଟ୍‌ ଆଶାୟୀ ଦୌଡ଼ରେ ଥିବା  ବିଜେଡି ନେତ୍ରୀ ବାସନ୍ତୀ  ମହାପାତ୍ର ଆଉ ଧୈର୍ଯ୍ୟ ଧରିବା ଅବସ୍ଥାରେ ନାହାନ୍ତି । 

ଗଣମାଧ୍ୟମ ଆଗରେ କହିଛନ୍ତି ଯେ  ତାଙ୍କ ପ୍ରତି ଦଳ ଅବିଚାର ମନୋଭାବ କଲେ ବାଧ୍ୟ ହୋଇ  ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେବେ । ବାସନ୍ତୀଙ୍କ ଚେତାବନୀ ପରେ ଦଳ ତାଙ୍କୁ ପ୍ରାର୍ଥୀ କରୁଛି କି ବିଶୃଙ୍ଖଳିତ  ଆଚରଣ ଅଭିଯୋଗରେ କଡ଼ା ଅଭିମୁଖ୍ୟ ଗ୍ରହଣ କରିବ ତାହା ଉପରେ ସମସ୍ତଙ୍କ ନଜର ।

Also Read :-

ବିଜେଡିରେ ଯୋଗଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.