ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ମଇଦାନ୍‌କୁ ଓହ୍ଲାଇବା ପୂର୍ବରୁ ନବୀନଙ୍କ ନାରା: ଏଥର ଯୋଡ଼ି ଶଙ୍ଖ, ଭିଡିଓ ମାଧ୍ୟମରେ ରାଜ୍ୟବାସୀଙ୍କୁ ଭୋଟ ଭିକ୍ଷା

ଭୁବନେଶ୍ୱର,୨୩/୦୪: ଦୁଇଦିନ ପରେ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ପୂର୍ବରୁ ନବୀନ ଯୋଡ଼ି ଶଙ୍ଖର ନାରା ।  ଦୁଇ ହାତରେ ଦୁଇଟି ଶଙ୍ଖ ଚିହ୍ନ ଧରି  ନବୀନ ଭୋଟ ଭିକ୍ଷା୍‌ କରିଛନ୍ତି । ଭିଡିଓ ଜାରି କରି ରାଜ୍ୟର ଭୋଟରମାନଙ୍କୁ  ନିବେଦନ କରି ନବୀନ କହିଛନ୍ତି,  ଏଥର ଯୋଡ଼ି ଶଙ୍ଖ । ଥରେ ଏମ୍‌ଏଲ୍‌ଏ  (ବିଧାୟକ) ପାଇଁ ଓ ଥରେ ଏମ୍‌ପି  (ସାଂସଦ) ପାଇଁ । ଆପଣମାନେ ଆର୍ଶୀବାଦ କରନ୍ତୁ । 

୫-ଟି ଅଧ୍ୟକ୍ଷ  କାର୍ତ୍ତିକ ପାଣ୍ଡିଆନ ଭିଡିଓ ଜାରି କରି  କହିଛନ୍ତି, ଆସନ୍ତା ୨୪ ତାରିଖରେ ନବୀନ ବାବୁ ହିଞ୍ଜିଳି ଆସୁଛନ୍ତି ପ୍ରଚାର  ପାଇଁ । ଏଥର ଯୋଡ଼ି ଶଙ୍ଖ । ଥରେ  ଏମପି ପାଇଁ, ଥରେ ଏମଏଲ୍‌ଏ  ପାଇଁ । ଏହାସହ ସେ ରାଜ୍ୟବାସୀଙ୍କ  ଆଶୀର୍ବାଦ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ  ଜାରି କରିଥିବା ଭିଡିଓ ଏବେ ବିଜୁଳି  ବେଗରେ ସୋସିଆଲ୍‌ ମିଡିଆରେ ବ୍ୟାପିବାରେ ଲାଗିଛି । ବିଜେଡି ନେତା  ଓ ସମର୍ଥକମାନେ ଟ୍ୱିଟର, ଫେସବୁକ,  ଇନଷ୍ଟ୍ରାଗ୍ରାମ ଏବଂ ହ୍ୱାଟସଆପ୍‌ରେ  ନବୀନଙ୍କ ଭିଡିଓ ସେୟାର କରି  ବିଜେଡିର ପ୍ରଚାର ତେଜିଛନ୍ତି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.