ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ

ଭୁବନେଶ୍ୱର,୧୭/୦୫: ସୁନା ଦରରେ ପୁନଃ ବୃଦ୍ଧି ଦେଖିବାକୁ ମିଳିଲାଣି । ସମ୍ପ୍ରତି ଏହି ଧାତୁ ଦର ଲଗାତର ବଢିଚାଲିଛି । ଗୁରୁବାର ୭୪,୦୦୦  ଟଙ୍କା ସ୍ତର ଅତିକ୍ରମ କରିଛି ସୁନା ।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ  ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୭୭୦ ଟଙ୍କା ମହଙ୍ଗା ହୋଇଛି । ଫଳରେ  ଏହା ୭୪,୦୨୦ ଟଙ୍କା ହୋଇଛି । ସେହିଭଳି ୧୦ ଗ୍ରାମ ପିଛା ୨୨  କ୍ୟାରେଟ୍‌ ସୁନା ଦର ୭୦୦ ଟଙ୍କା ବୃଦ୍ଧି  ପାଇ ୬୭,୮୫୦ ଟଙ୍କା ହୋଇଛି ।  ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା  ଦର ୧୫୦୦ ଟଙ୍କା ବୃଦ୍ଧି ପାଇ ୯୨,୫୦୦  ଟଙ୍କା ହୋଇଥିବା ଜଣାପଡ଼ିଛି । 

ଇଣ୍ଡିଆନ୍‌ ବୁଲିଅନ ଆଣ୍ଡ୍‌ ଜୁଏଲର୍ସ  ଆସୋସିଏସନ୍‌(ଆଇବିଜେଏ) ତଥ୍ୟ  ଅନୁସାରେ, ଚଳିତବର୍ଷ ଆରମ୍ଭରୁ  ବର୍ତ୍ତମାନ ସୁଦ୍ଧା ୧୦ ଗ୍ରାମକୁ ସୁନା  ୧୦,୦୦୦ ଟଙ୍କାରୁ ଅଧିକ ମହଙ୍ଗା  ହୋଇଛି । ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର  କମୋଡିଟି ଏବଂ କରେନ୍ସି ମୁଖ୍ୟ ଅନୁଜ  ଗୁପ୍ତାଙ୍କ ଅନୁସାରେ, ଆଗାମୀ ଦିନରେ  ସୁନା ଏବଂ ରୁପା ଦରରେ ବୃଦ୍ଧି ଧାରା  ଜାରି ରହିବ । ଆସନ୍ତା ବର୍ଷକ ମଧ୍ୟରେ  ସୁନା ୮୦ ହଜାରରୁ ୮୫ ହଜାର  ଟଙ୍କା ପର୍ଯ୍ୟନ୍ତ ଯାଇପାରେ । ସେହିଭଳି  କିଲୋଗ୍ରାମ ପିଛା ରୁପା ୧ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ପହଞ୍ଚିପାରେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.