ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବନ୍ଦେ ଭାରତକୁ ନେଇ ଆସିଲା ସବୁଠୁ ବଡ଼ ଖୁସି ଖବର , ସରକାର କହିଲେ ଆଗାମୀ ପ୍ଲାନିଂ ବିଷୟରେ

ନୂଆଦିଲ୍ଲୀ : ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତକୁ ନେଇ ବଡ଼ ଘୋଷଣ କରିଛନ୍ତି। ଯାହାର ଅନେକ ଦିନରୁ ଅପେକ୍ଷା ଥିଲା। ଭାରତ ପରେ ଏବେ ବନ୍ଦେ ଭାରତ ବିଦେଶୀ ଟ୍ରାକ୍‌ରେ ମଧ୍ୟ ଧମାକା କରିବାକୁ ଯାଉଛି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି କି, ରେଲୱେ ଖୁବ୍‌ ଶୀଘ୍ର ଭାରତର ବନ୍ଦେ ଭାରତ ଏକ୍ସପ୍ରେସ୍‌ର ରପ୍ତାନୀ କରିବ ଏବଂ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରି ଦିଆ ଯାଇଛି। ଅନେକ ଦେଶ ରୁଚି ମଧ୍ୟ ଦେଖାଇଛନ୍ତି। ସେ କହିଛନ୍ତି କି, ରେଳ ମନ୍ତ୍ରାଳୟ ୨୦୨୫-୨୬ ଯାଏ ବନ୍ଦେ ଭାରତ ଟ୍ରେନ୍‌ର ରପ୍ତାନୀ ଆରମ୍ଭ କରିବାକୁ ଏକ ରୋଡମ୍ୟାପ୍‌ ପ୍ରସ୍ତୁତ କରୁଛି। ଆମେ ବନ୍ଦେ ଭାରତ ଟ୍ରେନ୍‌ର ଉତ୍ପାଦନ ବଢାଇବା ଉପରେ ମଧ୍ୟ କାମ କରୁଛୁ। 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ ଫେବ୍ରୁଆରୀରେ ଭିଡ଼ିଓ କନଫ୍ରେନ୍ସିଂ ମାଧ୍ୟମରେ ପାଖାପାଖି୪୧,୦୦୦ କୋଟି ଟଙ୍କାରୁ ଅଧିକ ୨୦୦୦ ରେଲୱେର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ୫୦୦ ରେଲୱେ ଷ୍ଟେସନ ଓ ୧୫୦୦ ଅନ୍ୟ ସ୍ଥାନରୁ ଲକ୍ଷ ଲକ୍ଷ ଲୋକେ ବିକଶିତ ଭାରତ ବିକଶିତ ରେଲୱେ କାର୍ଯ୍ୟକ୍ରମ ସହ ଜଡ଼ିତ।

ରେଲୱେର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଭାରତୀୟ ରେଲୱେକୁ ନିଜର ପ୍ରମୁଖ ବନ୍ଦେ ଭାରତ ଇଞ୍ଜିନର ରପ୍ତାନୀ ଉପରେ ବିଚାର କରିବାକୁ ଅଫର ମିଳୁଛି। ଏବେସୁଦ୍ଧା ସୂଚନା ଅନୁସାରେ , ଆମେରିକୀୟ ଷ୍ଟେଟ୍‌ ଚିଲି ବନ୍ଦେ ଭାରତକୁ ନେଇ ଆଗ୍ରହ ଦେଖାଇଛି। ଅଫିସିଆଲି ଅନୁସାରେ, ଆଲୋଚନା ଏବେ ଆଦେଶରେ ପରିବର୍ତ୍ତନ ହୋଇନାହିଁ। 

ଉଲ୍ଲେଖନୀୟ ଯେ, ଭାରତ ପ୍ରମୁଖ ବନ୍ଦେ ଭାରତ ଇଞ୍ଜିନ ଗୁଡ଼ିକୁ ଏକ ପ୍ରମୁଖ ରପ୍ତାନୀ ଅଫର ଭାବେ ପ୍ରଦର୍ଶିତ କରିବାର ପ୍ରୟାସ କରୁଛି। କିନ୍ତୁ ଏବେ ସୁଦ୍ଧା ଅର୍ଡର ଦିଆ ଯାଇ ନାହିଁ। ଲାଟିନ୍‌ ଆମେରିକା ଓ ଆଫ୍ରିକା ଦେଶ ଗୁଡ଼ିକ ମଧ୍ୟ ରୁଚି ଦେଖାଇଛନ୍ତି , ବିଶେଷ କରି ଇଲେକ୍ଟ୍ରିକ୍‌ ଇଞ୍ଜିନର ଡିମାଣ୍ଡ ରହିଛି। କହି ରଖୁଛୁ କି, ୧୬ କୋଚ୍‌ ବିଶିଷ୍ଟ ବନ୍ଦେ ଭାରତ ଟ୍ରେନ୍‌ର ନିର୍ମାଣ ଖର୍ଚ୍ଚ ପାଖାପାଖି ୧୩୦ କୋଟି ଟଙ୍କା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.