ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେଲେ ଦମ୍ପତି, ୨ ବର୍ଷ ତଳେ ପୁଅ-ଝିଅ ନେଇଥିଲେ ଦୀକ୍ଷା

ଭୁବନେଶ୍ଵର, ୧୩/୦୪ : ଗୁଜରାଟର ଜଣେ ଦମ୍ପତି ନିଜର ୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହୋଇଛନ୍ତି । ସାବରକାଣ୍ଠା ଜିଲ୍ଲାର ହିମ୍ମତନଗର ବାସିନ୍ଦା ବ୍ୟବସାୟୀ ଭାବେଶ ଭାଈ ଭଣ୍ଡାରୀ ଓ ତାଙ୍କ ପତ୍ନୀ ଏହି ମହତ କାର୍ଯ୍ୟ କରିଛନ୍ତି । ସାଂସାରିକ ମୋହ ତ୍ୟାଗ କରି ସନ୍ନ୍ୟାସ ମାର୍ଗ ଆପଣେଇଛନ୍ତି । ସମସ୍ତ ପ୍ରକାର ସୁଖ ସୁବିଧାରେ ବଡ଼ ହୋଇଥିବା ଭାବେଶ ଜୈନ ସମାଜରେ ସର୍ବଦା ଦୀକ୍ଷାର୍ଥୀ ଓ ଗୁରୁଜନଙ୍କୁ ଭେଟୁଥିଲେ । ଭାବେଶଙ୍କର ୧୬ ବର୍ଷୀୟ ପୁଅ ଓ ୧୯ ବର୍ଷୀୟା ଝିଅ ଦୁଇ ବର୍ଷ ପୂର୍ବେ ସଂଯମୀ ଜୀବନ ନିର୍ବାହ କରି ଜୈନ ସମାଜରେ ଦୀକ୍ଷା ନେବାକୁ ନିଷ୍ପତ୍ତି ନେଇଥିଲେ । ଗୃହ ନିର୍ମାଣ ବ୍ୟବସାୟ ସମେତ ଅହମଦାବାଦର କାର୍ଯ୍ୟ ଛାଡ଼ି ହଠାତ୍‌ ଦୀକ୍ଷାର୍ଥୀ ହେବାକୁ ଭାବେଶ ନିଷ୍ପତ୍ତି ନେଇଛନ୍ତି । 

ତାଙ୍କର ଜଣେ ପରିଚିତ କହିଛନ୍ତି, ଜୈନ ସମାଜରେ ଦୀକ୍ଷାର ଖୁବ୍‌ ମହତ୍ତ୍ୱ ରହିଛି । ଦୀକ୍ଷା ଗ୍ରହଣ କରିଥିବା ବ୍ୟକ୍ତିକୁ ଭିକ୍ଷା ମାଗି ଜୀବନଯାପନ କରିବାକୁ ପଡ଼େ । ସମସ୍ତ ସୁଖ ସୁବିଧା ତ୍ୟାଗ କରିବାକୁ ପଡ଼େ । ସମଗ୍ର ଦେଶରେ ଖାଲି ପାଦରେ ଭ୍ରମଣ କରିବାକୁ ପଡ଼େ । ସନ୍ନ୍ୟାସୀ ହେବାକୁ ଯାଉଥିବା ଭାବେଶଙ୍କର ୪ କିମି ଲମ୍ବା ଶୋଭାଯାତ୍ରା ଖୁବ୍‌ ଧୂମ୍‌ଧାମରେ ହୋଇଛି । ଆସନ୍ତା ୨୨ ତାରିଖରେ ହିମ୍ମତନଗର ରିଭର ଫ୍ରଣ୍ଟ୍‌ରେ ଭଣ୍ଡାରୀ ପରିବାର ସମେତ ୩୫ ଜଣ ସନ୍ନ୍ୟାସ ନେବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.